Home Breaking News / ତାଜା ଖବର ଚାଷୀଙ୍କ ଦୁଃଖ ବୁଝିବ କିଏ ?

ଚାଷୀଙ୍କ ଦୁଃଖ ବୁଝିବ କିଏ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ମକା ଓ କପା ମଣ୍ଡି ଖୋଲିବା ଦାବିରେ ରାଜ ରାସ୍ତା କୁ ଆସିଲେ ଚାଷୀ। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସମାଧାନ ହେଉନି ଚାଷୀଙ୍କ ସମସ୍ୟା। ଶେଷରେ ବସ୍ତା ବସ୍ତା ମକା ରଖି ରାସ୍ତା ଅବରୋଧ କଲେ ଚାଷୀ । ଘଟଣାଟି ହେଉଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଗ୍ରାମର ।

ଜୟ କିସାନ୍ ମଜଦୂର ସଂଘ ତରଫରୁ ତରବୋଡ୍ ଠାରେ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଚଳିତ ବର୍ଷ ସମଗ୍ର ନୂଆପଡ଼ା ଜିଲ୍ଲା ରେ ୮ ହଜାର ହେକ୍ଟର ରୁ ଉର୍ଦ୍ଧ୍ବ ଚାଷ ଜମିରେ ହୋଇଥିଲା ମକା ଚାଷ । ପାଖାପାଖି ୪ ଲକ୍ଷ୍ୟ କୁଇନଟାଲ୍ ମକା ଅମଳ ହୋଇଥିବା ବେଳେ, ମଣ୍ଡି ବ୍ୟବସ୍ଥା ନ ଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଚାଷୀ ।

ମଣ୍ଡି ଖୋଲିବା ଦାବିରେ ଅଭିଯୋଗ ପରେ ଅଭିଯୋଗ ତଥାପି ଫଳ ଶୁନ୍ । ପ୍ରଶାସନ ର ନିଘା ନାହିଁ । ତେବେ କେବେ ସରିବ ଚାଷୀଙ୍କ ସମସ୍ୟା ? କିଏ ବୁଝିବ ଚାଷୀଙ୍କ ଦୁଃଖ ?
କେବେ ଖୋଲିବ ମଣ୍ଡି ? କେବେ ମିଳିବ ଚାଷୀ କୁ ତାର ପରିଶ୍ରମ ର ଫଳ ? ଦେଖିବାକୁ ବାକି ରହିଲା ।

related posts

Leave a Comment