Home Breaking News / ତାଜା ଖବର ଚାଷୀଙ୍କ ଛାତି ଦୁଲୁକେଇ ଦେଉଛି କୋହଲା ପାଗ: ଚିନ୍ତାରେ ଚାଷୀ

ଚାଷୀଙ୍କ ଛାତି ଦୁଲୁକେଇ ଦେଉଛି କୋହଲା ପାଗ: ଚିନ୍ତାରେ ଚାଷୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ଗତ ପାଞ୍ଚ ଦିନ ହେବ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅଞ୍ଚଳରେ ଶୀତ ର ପ୍ରକୋପ ବଢିଛି । ହାଡ଼ଭଙ୍ଗା ଶୀତ ସହ କୋହଲା ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ସକାଳୁ ମଧ୍ୟ କୋହଲା ପାଗ ସହ ପ୍ରବଳ ଶୀତ ସହ ସ୍ୱଳ୍ପ ବର୍ଷା ମଧ୍ୟ ହୋଇଥିଲା। ଏଭଳି ଶୀତ ର ପ୍ରକୋପ ବଢ଼ି ଯିବାରୁ ବିଶେଷ କରି ବୃଦ୍ଧା ବୃଦ୍ଧ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ନିଆଁ ପୁଉ ଥିବାର ଦେଖିବାକୁ ମିଳୁଛି। ଅନ୍ୟପଟେ ଗତ କାଲି ଠାରୁ ଡାବୁଗାଁ ବ୍ଲକ ଅଞ୍ଚଳରେ କୋହଲା ପାଗ ଲାଗି ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି । ଏହି ଅଞ୍ଚଳର ଶତାଧିକ ଚାଷୀଙ୍କ ଉତ୍ପାଦିତ ଧାନ, ମକା,ବିରି, କାନ୍ଦୁଲ ଭଳି ଫସଲ ବର୍ତ୍ତମାନ ବାହାରେ ପଡି ରହିଛି । କୋହଲା ପାଗ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଫସଲ ନଷ୍ଟ ହେବା ନେଇ ଚାଷୀ ର ଛାତି ଦୁଲୁକେଇ ଦେଉଛି। ବର୍ଷା ହେଲେ ବର୍ଷକର ପରିଶ୍ରମ ପାଣିରେ ପଡ଼ିଯିବ ବୋଲି ଚିନ୍ତାରେ, କ୍ଷୋଭ ର ସହ ଚାଷୀମାନେ ପ୍ରକାଶ କରିଛନ୍ତି । ତାମିଲନାଡୁ ଓ ପଣ୍ଡିଚେରୀ ର ବର୍ଷା ଏହି ଅଞ୍ଚଳରେ କିଛି ମାତ୍ରାରେ ପ୍ରଭାବ ପକାଇ ପାରେ ବୋଲିସମ୍ଭାବନା କରି କିଛି ଚାଷୀ ନିଜ ନିଜ ଉତ୍ପାଦିତ ଫସଲ ର ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ବେଳେ ଅନେକ ଚାଷୀ ଭାଗ୍ୟକୁ ଆଦରି ରହିଛନ୍ତି ।ଚଳିତ ବର୍ଷ ଚାଷୀ ଅନେକ ସମସ୍ୟା ମଧ୍ୟରେ ଧାନ, ମକା ଆଦି ଚାଷ ଋଣ ବାଡି କରି ଥିବାବେଳେ ଭଲ ଦି ପଇସା ରୋଜଗାର କରିବାନେଇ ଆଶା ବାନ୍ଧି ଥିଲେ ହେଁ କୋହଲ ପାଗ ଦାଉ ସାଧୁଛି । ଅନ୍ୟପଟେ ଏହି ଅଞ୍ଚଳରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଖୋଲାରେ ଉତ୍ପାଦିତ ସସ୍ୟ ପକାଇ ରଖିଛନ୍ତି। ସରକାର ଙ୍କ ଧାର୍ଯ୍ୟ ଦରରେ ମକା ମଞ୍ଜି ବିକ୍ରି କରିବା ନେଇଁ ଚାଷୀ ଅପେକ୍ଷା କରିଥିବା କୋହଲାପାଗ କୁ ନେଇ ଚାଷୀ ଚିନ୍ତାରେ ପଡିଛି।

related posts

Leave a Comment