Home Breaking News / ତାଜା ଖବର ଭଙ୍ଗା କଲଭର୍ଟ ମରାମତି ହେଉନି

ଭଙ୍ଗା କଲଭର୍ଟ ମରାମତି ହେଉନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଯାଦବ ଗୁଡା ଠାରୁ ବିଜାପୁର ଗ୍ରାମକୁ ସଂଯୋଗ କରୁଥିବା ଗତ ଦୁଇ ବର୍ଷ ତଳେ କଲଭର୍ଟ ଭାଙ୍ଗିଯାଇ ମରଣ ଯନ୍ତା ପାଲଟି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ |ଫଳରେ ଗ୍ରାମବାସୀ ଯାତାୟାତ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |
ଗତ ଦିନରେ ଏହା ଗୋଟିଏ ନୁହେଁ ଏହି ରାସ୍ତାରେ ଆଗକୁ ଆଉ ଦୁଇଟି କଲଭର୍ଟ ମଧ୍ୟ ଭାଙ୍ଗିଯାଇଛି |ଖରା ଦିନ ମାନଙ୍କରେ କଷ୍ଟେ ମଷ୍ଟେ ଚଳି ଯାଏ, କିନ୍ତୁ ବର୍ଷା ଦିନରେ ଅନେକ ଅସୁବିଧା ଭୋଗିବାକୁ ପଡିଥାଏ |ସେହି ରାସ୍ତାରେ ବର୍ଷା ଦିନେ ଯାତାୟାତ କରୁଥିବା ଯାଦବ ଗୁଡା, ମଙ୍ଗରାଚଚରା, ଟୁଟିଗୁଡା, ନିତିଆଗୁଡା ଗ୍ରାମର ଲୋକମାନେ ଏକ ପ୍ରକାର ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇଯାନ୍ତି |
ଉକ୍ତ ଅଞ୍ଚଳରେ ବର୍ଷା ଦିନେ 102କିମ୍ବା 108 ଆମ୍ବୁଲାନ୍ସ ସେବା ପହଞ୍ଚି ପାରେ ନାହିଁ,ଏ ନେଇ ଉକ୍ତ ଗ୍ରାମବାସୀ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେବା ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଦିଥାଆନ୍ତି| ଡାବୁଗାଁ ବ୍ଲକ ସଦର ଏବଂ ଉମରକୋଟ ମୁଖ୍ୟ ରାସ୍ତାରେ ସଂଯୋଗ ହେଉ ଥିବା ଉକ୍ତ କଲଭର୍ଟକୁ ତୁରନ୍ତ ମରାମତି ନିମନ୍ତେ ଜିଲ୍ଲା ପ୍ରଶାସନ ଙ୍କୁ ଅଞ୍ଚଳ ବାସୀ ଦାବି କରିଛନ୍ତି |

related posts

Leave a Comment