Home Breaking News / ତାଜା ଖବର ରାଇକିଆ ପୋଲିସ ପକ୍ଷରୁ ମାସ୍କ ଯାଂଚ ସହ ଜୋରିମାନା ଆଦାୟ

ରାଇକିଆ ପୋଲିସ ପକ୍ଷରୁ ମାସ୍କ ଯାଂଚ ସହ ଜୋରିମାନା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ)କୋଭିଡ୍-୧୯ ସଂକ୍ରମଣ ରୋକିବା ପାଇଁ ସରକାର ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ସାନିଟାଇଜର ବାଧ୍ୟତା ମୂଳକ କରାଯାଉଥିବା ବେଳେ କିଛି ଅମାନିଆ ଲୋକେ ଏହାକୁ ମାନୁନାହଁନ୍ତି । କିଛି ଦିନର ବ୍ୟବ ଧାନ ପରେ ପୁଣି ରାଇକିଆ ପୋଲିସ୍ ପକ୍ଷରୁ ମାସ୍କ ଏବଂ ବାଇକ୍ କାଗଜପତ୍ର ଯାଂଚ ନେଇ ବୁଧବାର ଥାନା ସମ୍ମୁଖରେ ଚେକିଙ୍ଗ୍ କରାଯାଉଥିବା ଦେଖିବାକୁ ମିଳିଥିଲା।ବାଇକ୍ ଆରୋହୀଙ୍କ ଠାରୁ ମାସ୍କ ପିନ୍ଧି ନଥିବା ନେଇ ସମୁଦାୟ ୩ ହଜାର ୧୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ସୁଚନା ଦିଆଯାଇଛି। ଏବଂ ମାସ୍କ ବ୍ୟବହାର ପାଇଁ ମଧ୍ୟ କୁହାଯାଇଥିଲା । କିଛି ଲୋକ ମାସ୍କ କିଣୁଥିବା ମଧ୍ୟ ଦେଖିବାକୁ ମିଳୁଥିଲା ।ବ୍ଲକ୍ ରେ କିଛି ଦିନ ହେଲାଣି କୋରନା ସଂକ୍ରମଣ ଚିହ୍ନଟ ହୋଇ ନଥିବା ବେଳେ ଆଜି ଜିଲ୍ଲା ମଧ୍ୟରେ ରାଇକିଆରେ ଜଣଙ୍କୁ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

related posts

Leave a Comment