Home Breaking News / ତାଜା ଖବର ମହିଳା ସ୍ଵୟ ଗୋଷ୍ଠୀ ସଭ୍ୟାଙ୍କୁ ଛତୁ ଚାଷ ସମ୍ଭାନ୍ଧୀୟ ତାଲିମ ଶିବିର

ମହିଳା ସ୍ଵୟ ଗୋଷ୍ଠୀ ସଭ୍ୟାଙ୍କୁ ଛତୁ ଚାଷ ସମ୍ଭାନ୍ଧୀୟ ତାଲିମ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  
ନବରଙ୍ଗପୁର(ରବି ନାରାୟଣ ମହାନ୍ତି/ଜି ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ସଦର ମହକୁମା ସ୍ଥିତ ଜିଲା ଉଦ୍ୟାନ କୃଷି ବିଭାଗ ତରଫରୁ ଡାବୁଗାଁ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ସ୍ଵୟ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଛତୁ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ବୁଧବାର ଆରମ୍ଭ ହୋଇଯାଇଛି | ଏହି  ଅବସରରେ ଡାବୁଗାଁ ସହକାରୀ କୃଷି ଅଧିକାରୀ ଦୁର୍ଜ୍ଜୋଧନ ଜାନୀ ଯୋଗ ଦେଇ ତାଲିମ ଦେଇଥିଲେ |

ଏଥିରେ ଛତୁ ଚାଷ କରିବା କୌଶଳ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ଦିଆଯାଉଥିବାବେଳେ ଉକ୍ତ ତାଲିମ ଶିବିର ଟି ୪ ଦିନ ଧରି ଚାଲିବ | ଏଥିରେ ସହକାରୀ ଉଦ୍ୟାନ ଅଧିକାରୀ ମୋନାଲିସା ମନ୍ତ୍ରୀ ଉପସ୍ଥିତ ଥିଲେ | ଏଥିରେ ୮ ଟି ଏସଏଚଜି ର ୮ ଜଣ ମହିଳା ତାଲିମ ନେଉଛନ୍ତି।ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ୟାନ ସଂପ୍ରସାରଣ କର୍ମୀ ଜଗଦୀଶ ତରାସିଆ ପରିଚାଳନା କରିଥିଲେ |

related posts

Leave a Comment