Home Breaking News / ତାଜା ଖବର ପୋଲିସ ଓ ଅବକାରୀ ବିଦ୍ଭାଗର ମିଳିତ ଚଢ଼ାଉ: ୧୯ କୋଟି ମୂଲ୍ୟର ବେଆଇନ ଗଞ୍ଜେଇ ଗଛସଫା

ପୋଲିସ ଓ ଅବକାରୀ ବିଦ୍ଭାଗର ମିଳିତ ଚଢ଼ାଉ: ୧୯ କୋଟି ମୂଲ୍ୟର ବେଆଇନ ଗଞ୍ଜେଇ ଗଛସଫା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ମିଶି ଅପରେସନକ୍ଲିନ ଜାରୀ ରଖିଛନ୍ତି । ଆଜି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁ ଡରୁ କିଆ, ବାଲି ସୁଗା, ମାଦି ନାଟ ଆଦି ବିଭିନ୍ନ ଗାଁର ଜଙ୍ଗଲରେଚଢାଉ କରି ଜଙ୍ଗଲରେ ଲଗାଯାଇ ଥିବା ୧୯୫ ଏକର ବେଆଇନ ଗଞେଇ ଗଛ ନଷ୍ଟ କରିବା ସହ 6ପାଡି ଦେଇ ଥିଲେ। ପ୍ରାୟ ଏକ ଲକ୍ଷ ୯୫ ହଜାର ଗଞ୍ଜେଇଗଛ ନଷ୍ଟ କରାଯାଇଥିବା ପୋଲିସ କହିଛି। ନଷ୍ଟ କରାଯାଇଥିବା ଗ6ଞ୍ଜଇ ଗଛର ଆନୁମାନିକ ମୂଲ୍ୟ ୨୦ କୋଟି ହେବ।
ବାଲିଗୁଡ଼ାଏ ସଡିପିଓ ମାନସ ରଂଜନ ବାରିକ ଙ୍କ ନେତୃତ୍ରେ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ମାଜିଷ୍ଟେଟ , ଅବକାରୀ ସବଇନସପେକ୍ଟର ନିରୁପମା ପ୍ରଧାନ ସମତ ବହୁ ସଶସ୍ତ୍ର ପୋଲିସ ଓ ଅବକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ଆଗକୁ ମଧ୍ୟ ଏଭଳି ଚଢାଉ ଜାରୀ ରହିବ ବୋଲି ବାଲିଗୁଡ଼ା ଏସଡିପିଓ ବାରୀକ କହିଛନ୍ତି ।
ସେହିପରି ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ନେତୃତ୍ଵରେ ଫିରଙ୍ଗିଆ,ଗୋଛାପଡ଼ା, ଆଦି ବିଭିନ୍ନ ଇଲାକାରେ ମଧ୍ୟ ଯୋରଦାର ଚଢ଼ାଉ କରାଯାଇ ଏକର ଏକର ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଯାଉଥିବା ଦେଖିବାକୁ ମିଳିଛି।

related posts

Leave a Comment