Home Breaking News / ତାଜା ଖବର ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର: ହାତ ଲେଖା ଚିଠି ସହ ପ୍ରେମିକର ଫୋଟ ଜବତ

ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର: ହାତ ଲେଖା ଚିଠି ସହ ପ୍ରେମିକର ଫୋଟ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ(ରାଜେଶ ସୁନା): କରଞ୍ଜି ଗଛରୁ ଯୁବତୀଙ୍କର ଝୁଲନ୍ତା ମୃତ ଦେହ ସହ ଯୁବତୀଙ୍କ ହାତ ଲେଖା ଚିଠି ଓ ନିଜ ପ୍ରେମିକର ଫୋଟ ଜବତ କରିଛି କୁନ୍ଦେଇ ଥାନା ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଞ୍ଚାୟତ ଜୋଡାପାରା ଗ୍ରାମରେ।

ସୂଚନା ଅନୁସାରେ ମୃତ ଯୁବତୀ ଜଣକ ହେଉଛନ୍ତି କୁରାବେଡା ପଞ୍ଚୟତର ଆଦିବାସୀ ସୋନପୁର ଗ୍ରାମର ସରତ ଗଣ୍ଡଙ୍କ ଝିଅ ରାଇବତୀ ଗଣ୍ଡ ବୟସ ୧୯ବର୍ଷ ।ଜୋଡାପାରା ଗାଁ ନିକଟସ୍ଥ କରଞ୍ଜି ଗଛରେ ଝୁଲନ୍ତା ଶବ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତ ଦେହ,ଏକ ହାତ ଲେଖା ଚିଠି , ଜଣେ ଯୁବକଙ୍କର ପାସ ଫୋଟଙ୍କୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରି ଥିବା ବେଳେ । ଯୁବତୀ ଜଣକ ତାଙ୍କ ଗାଁ କେବେଆସି , ଅନ୍ୟ ଗାଁରେ କଣ ପାଇଁ ଆତ୍ମହତ୍ୟା କଲେ ??

ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷୄଟ ରହିଛି ତାହା ଜଣାପଡି ନାହିଁ। ଯୁବତୀ ଜଣକ ଅଶିକ୍ଷିତ ହୋଇଥିବାରୁ ଘଟଣା ସ୍ଥଳରେ ଏକ ହାତ ଲେଖା ଚିଠି କେମିତି ଆସିଲା ବୋଲି ଜଣସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

related posts

Leave a Comment