Home Breaking News / ତାଜା ଖବର ଅନୁସୁଚିତ ଜାତିସଙ୍ଘର ପଂଚାୟତରେ କର୍ମକର୍ତ୍ତା ଚୟନ

ଅନୁସୁଚିତ ଜାତିସଙ୍ଘର ପଂଚାୟତରେ କର୍ମକର୍ତ୍ତା ଚୟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡା ପଞ୍ଚାୟତ ସଦର ମହକୁମାର ଏକ ପଡିଆରେ ବୁଧବାର ଅପରାହ୍ନ ସମୟରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ପଂଚାୟତ ସ୍ତରରେ କର୍ମ କର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଉକ୍ତ ସଙ୍ଘର ସଭାପତି ଅର୍ଜୁନ ସମରଥ,ସଙ୍ଘ ସମ୍ପାଦକ ଡମ୍ବରୁ ହରିଜନ,ସଂଜୀବ କୁମାର ଭତ୍ରା,ଜଗବନ୍ଧୁ ମିର୍ଗାନ୍,ରବୀନ୍ଦ୍ର ପନକା,ଚଇଚନ ମିର୍ଗାନ,ଦୁର୍ଜନ ମିର୍ଗାନ, କମଳୁ ପନକା,ବ୍ଲକ ଉପ -ସଭାପତି ସୁନାଧର ହରିଜନ ପ୍ରମୁଖଙ୍କୁ ପୁଷ୍ପ ମାଲ୍ୟ ଦେଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ।ଅନୁସୁଚିତ ସମ୍ପ୍ରଦାୟ ଙ୍କୁ ସରକାର ଅଣଦେଖା କରୁ ଥିବାରୁ, ରାଜନୀତି କ୍ଷେତ୍ର ରେ,ଶିକ୍ଷା କ୍ଷେତ୍ର ରେ,ଜଙ୍ଗଲ ଜମିର ପଟ୍ଟା ଦେବାରେ ଅବହେଳା ପ୍ରଦର୍ଶନ କରୁଥିବାରୁ ସଙ୍ଘ ମାଧ୍ୟମରେ ଦାବି ଉପସ୍ଥାପନ କରିବାନେଇ ଜିଲ୍ଲା ସ୍ତରରେ ସଙ୍ଘ କାର୍ଯ୍ୟ କରିଆସୁଛି।ବ୍ଲକ ସ୍ତରରେ ବ୍ଲକ ସଙ୍ଘ,ପଂଚାୟତ ସ୍ତରରେ ପଂଚାୟତ ସଙ୍ଘର କର୍ମକର୍ତ୍ତା ର ଆବଶ୍ୟକତା ରହିଛି।ଏଣୁ ଆଜି ଚଚରାଗୁଡା ପଞ୍ଚାୟତରେ ଉପସ୍ଥିତ ସମସ୍ତ ଜିଲ୍ଲା କର୍ମ କର୍ତ୍ତା ଙ୍କ ଦ୍ୱାରା ଚଚରାଗୁଡା ପଂଚାୟତ ର ସଭାପତି ଭାବେ ଅନାବୁ ଭକ୍ତ ଉପସଭାପତି ଭୁବନ ଗାଣ୍ଡା,ସମ୍ପାଦକ ଭାବେ ରମେଶ ହରିଜନ,ସହ ସମ୍ପାଦକ ଭାବେ ରାଜୁ ଜରିଜନ,କୋସାଧକ୍ଷ ତାନ୍ତିପା ପନକା,ଉପଦେଷ୍ଟା ଭାବେ ସୋମନାଥ ପନକା,ନିର୍ଦ୍ଦେଶକ ହଳଧର ହରିଜନ ଏବଂ ଭାସ୍କର,ଜଗନ୍ନାଥ,ସୋନୁ,ଉମା,ସାଧୁ,ବେଣୁ,ରାମ ଚନ୍ଦ,ପର୍ଶୁରାମ,ଜଳ,କନ୍ନ୍ହେଇ,ରାଇଧର,ବଲି,ବୁଦନ୍,ଟୁନା,ଘନ ପ୍ରମୁଖ୍ ୧୬ଜଣ ସଭ୍ୟ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇ,ଜିଲ୍ଲା ସଭାପତି ଓ ଜିଲ୍ଲା ସମ୍ପାଦକ ଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା।ପ୍ରତି ପ୍ରତ୍ୟେକ ସଙ୍ଘର ନିର୍ଦ୍ଧେଶ ମାନି ଚଳିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲା ସଭାପତି ଶ୍ରୀ ସମରଥ ମହୋଦୟ।ସରକାର ଙ୍କୁ ଆମର ଦାବି ଉପସ୍ଥାନ କରି ଅନୁସୁଚିତ ଜାତି ପାଇଁ ଶିକ୍ଷା କ୍ଷେତ୍ରରେ ଜନଜାତି(ଆଦିଵାସୀ) ଙ୍କ ଭଳି ସବୁକ୍ଷେତ୍ରରେ ଯେପରି ସରକାରୀ ସ୍ତରରେ ସୁବିଧା ପାଉଛନ୍ତି ଆମ ସମାଜର ସମସ୍ତ ବ୍ୟକ୍ତି ସେପରି ପାଇପାରିବେ,ସେଥିନେଇ ବ୍ୟାପକ ଆଲୋଚନା କରିଥିଲେ ।

related posts

Leave a Comment