Home Breaking News / ତାଜା ଖବର ଆସନ୍ତା ଜାନୁଆରୀରେ ଟ୍ରମ୍ପଙ୍କ ଠାରୁ କ୍ଷମତା ଗ୍ରହଣ କରିବେ ବିଡେନ୍

ଆସନ୍ତା ଜାନୁଆରୀରେ ଟ୍ରମ୍ପଙ୍କ ଠାରୁ କ୍ଷମତା ଗ୍ରହଣ କରିବେ ବିଡେନ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସରିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା , ଆସନ୍ତା ଜାନୁଆରୀରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ କ୍ଷମତା ଗ୍ରହଣ କରିବେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ । ଏହାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଜୋ ବିଡେନଙ୍କ ଟିମ୍ ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫେଡେରାଲ ଏଜେନ୍ସି ସହିତ ବିଡେନଙ୍କ ଟିମ୍ ସିଧା ଯୋଗସୂତ୍ର ରକ୍ଷା କରିଛନ୍ତି । କିପରି ପାୱାର ଟ୍ରାଞ୍ଜିସନ୍ ସମୟରେ ଆଇନଗତ ସମସ୍ୟା ରହିଵନାହିଁ । ସେପଟେ ଜାନୁଆରୀରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ଜୋ ବିଡେନ୍ ମଧ୍ୟ ନିଜ ସରକାରରେ କାହାକୁ କେଉଁ ବିଭାଗ ପ୍ରଦାନ କରିବେ ସେ ଦିଗରେ ମଧ୍ୟ କାମ ଆରମ୍ଭ କରିଦେଇଥିବା ଜଣାପଡିଛି।

ଗତ ନଭେମ୍ବର ୩ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଟ୍ରମ୍ପଙ୍କ ବିପକ୍ଷରେ ବଡ ବିଜୟ ହାସଲ କରିଥୀଲେ ବିଡେନ୍ । ଏବେ ବିଡେନ ଟୁଇଟ୍ କରିଛନ୍ତି , ନିର୍ବାଚନ ସମୟ ଅତିବାହିତ ହୋଇଛି । ଆସନ୍ତୁ କ୍ଷମତା ବିଭାଗୀ କରଣ କରିବା । ଆମକୁ ସଭିଙ୍କୁ ଏକାଠି ଚାଲିବାକୁ ହେବ । ଗତ ସୋମବାର ଟ୍ରମ୍ପ ପ୍ରଶାସନ କ୍ଷମତା ହସ୍ତାନ୍ତର ନେଇ ଗ୍ରୀନ ସିଗନାଲ ଦବା ପରେ ଜୋ ବିଡେନ୍ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବାକୁ ସମସ୍ତ ଉଦ୍ୟମ ଆରମ୍ଭ କରିଛନ୍ତି ।

related posts

Leave a Comment