Home Breaking News / ତାଜା ଖବର ପୁଣି କନ୍ଧମାଳକୁ ଶୀତ ଲେଉଟିଲା

ପୁଣି କନ୍ଧମାଳକୁ ଶୀତ ଲେଉଟିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳକୁ ଶୀତ ଲେଉଟିଲା। ଆଜି ଫୁଲବାଣୀ ର ତାପମାତ୍ରା ୧୧ଡିଗ୍ରୀ ସେଲସିୟସକୁ ଖସିଆସିଥିବାବେଳେ ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଫଳରେ ଫୁଲବାଣୀ ସମେ ତ କନ୍ଧମାଳ ଜିଲ୍ଲାରେ ଶୀତ ହେଉଛି । ଆଜି ଫୁଲବାଣୀ ରେ ସକାଳ ୯ଟା ଯାଏ ଘନକୁହୁଡି ସହରକୁ ଢାଙ୍କି ରଖିଥିଲା । ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ରେ ମଧ୍ୟ ତାପମାତ୍ରା ଆଜି ଖସି ଯିବା ଫଳରେ ସକାଳ ୮ଟା ଯାଏଁ ଘନ କୁହୁଡ଼ି ପଡ଼ିବା ସହ ଥଣ୍ଡା ପବନ ବୋହିବା ଆରମ୍ଭ ହେଇଛି। ସତେ ଯେପରି ଘନ କୁହୁଡ଼ି ରେ ଏକ ସଫେଦ୍ ଚାଦର ତଳେ ଫୁଲବାଣୀ ସହର ଢାଙ୍କି ହୋଇଥିବା ମନେ ହଉଛି। ଘନ କୁହୁଡ଼ି ସୂରୁଜ କିରଣ କୁ ମଧ୍ୟ ଢାଙ୍କି ରଖିଥିବା ଦୃଶ୍ୟ ବେଶ୍ ନିଆରା।

ଫଳରେ ସକାଳୁ ସକାଳୁ ଏହି ହାଲକା ଶୀତ ର ମଜା ଉଠାଉଛନ୍ତି ସହର ବାସୀ। ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,କୋଟଗଡ଼, ବେଲଘର, ଜି ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ପାରଦ ଖସିବା ଫଳରେ ଥଣ୍ଡା ଅନୁଭୁତ ହେଉଛି। ସକାଳେ 9 ଟା ଯାଏଁ କୁହୁଡ଼ିର ରାଜ୍ ଚାଲିଥିବାରୁ ଯାତାୟ ତରେ ସାମାନ୍ୟ ବାଧା ସ୍ରୁଷ୍ଟି ହଇଛି। ଥଣ୍ଡା ପଡୁଥିବାରୁ ସକାଳୁ ସକାଳୁ ଗରମ୍ ଗରମ୍ ଚା ପିଇବା ଲାଗୀ ଚା ଦୋକାନରେ ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି। ଆଗକୁ ପାଗ ଶୁଖିଲା ରହିଲେ ଥଣ୍ଡା ଆହୁରି ବଢ଼ିବାର ସମ୍ଭାବନା ରହିଥିବା କଥା ଫୁଲବାଣୀ ପାଣିପାଗ ପର୍ଯ୍ୟ ବେକ୍ଷକ ଅଭିନାସ୍ ମୁଖୀ କହିଛନ୍ତି।

related posts

Leave a Comment