Home Breaking News / ତାଜା ଖବର ପିଏଚଡି କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ମହିଳା

ପିଏଚଡି କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ମହିଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ(ରାଜେଶ କୁମାର ସୁନା): ଉମରକୋଟ ପୌରପରିଷଦ ର ୱାର୍ଡ ନ ୧୧ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଛି । ମୁଖ୍ୟତଃ ପାନୀୟ ଜଳ ସଙ୍କଟ ରେ ଭାଲୁଗୁଡ଼ା ସାହି ବାସିନ୍ଦା ଆଜି ଉମରକୋଟ ପି ଏଚ୍ ଡି କାର୍ଯ୍ୟାଳୟ ସମ୍ମୁଖରେ ହାଣ୍ଡି ଧରି ମହିଳା ମାନେ ଗର୍ଜିଥିଲେ ।

ସାହି ବାସିନ୍ଦା କହିବା ଅନୁଯାୟୀ ସାହି ମଧ୍ୟରେ ଗୋଟିଏ ହିଁ ଷ୍ଟାଣ୍ଡ ପୋଷ୍ଟ ଦିଆ ଯାଇଛି,ହେଲେ ପାନୀୟ ଜଳ ନିମନ୍ତେ ସେହି ଷ୍ଟାଣ୍ଡ ପୋଷ୍ଟ ରେ ପ୍ରତ୍ୟେକ ଦିନ ଜଳ ସଙ୍କଟ ରହୁଛି ଓ ଦୁଇ ତିନି ଦିନ ମଧ୍ୟ ପାଣି ଆସୁନାହିଁ । ସେଥି ପାଇଁ ପାନୀୟ ଜଳ ନିମନ୍ତେ ସାହି ବାସିନ୍ଦା ପ୍ରାୟ ଦୁଇଶହ ମିଟର ଦୂରରେ ଏକ ଶିବ ମନ୍ଦିର ଭିତରୁ ପାଣି ଆଣୁଛନ୍ତି । ତାହାର ମଧ୍ୟ ସମୟ ସୀମା ନିର୍ଦ୍ଧାରିତ ରହିଛି । ମନ୍ଦିରର ପୂଜା ବିଧି ସରିବା ପୂର୍ବରୁ ପାଣି ଆଣିବାକୁ ପଡେ ତା ପରେ ସକାଳ ଦଶ ଘଣ୍ଟା ସମୟରେ ମନ୍ଦିର ଗେଟ୍ ବନ୍ଦ କରି ଦିଆ ଯାଉଛି ।

ଏହା ଫଳରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ବିଧାୟକ ମଧ୍ୟ ସେହି ଭାଲୁଗୁଡା ଗ୍ରାମରେ ବାସ କରୁ ଛନ୍ତି। କିନ୍ତୁ ଗ୍ରାମ ବାସୀ ଙ୍କ ଗୁହାରି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଗ୍ରାମବାସୀ ପି ଏଚ୍ ଡି କାର୍ଯ୍ୟାଳୟ କୁ ଯାଇ ଲିଖିତ ଅଭିଯୋଗ ଏକ ନଳକୂପ ଖନନ ନିମନ୍ତେ ଜଣାଇଛନ୍ତି।

related posts

Leave a Comment