Home Breaking News / ତାଜା ଖବର କୋକସରା କଂଗ୍ରେସ ପକ୍ଷରୁ ସ୍ୱାଗତ, ସମ୍ବର୍ଦ୍ଧନା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ

କୋକସରା କଂଗ୍ରେସ ପକ୍ଷରୁ ସ୍ୱାଗତ, ସମ୍ବର୍ଦ୍ଧନା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭୁରସାଗୁଡା ମହାଭାରତ ପଡିଆ ଠାରେ କୋକସରା କଂଗ୍ରେସ କର୍ମୀ ଓ କର୍ମକର୍ତା ମାନଙ୍କୁ ନେଇ କୋଭିଡ ନିୟମ ପାଳନ କରି କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l

ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ ନବନିଯୁକ୍ତ ମଣିପୁର ଓ ମିଜୋରାମ ପ୍ରଭାରୀ ଭକ୍ତଚରଣ ଦାସ ଓ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଳ ଙ୍କୁ କୋକସରା କଂଗ୍ରେସ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି l

କୋକସରା କଂଗ୍ରେସ ସଭାପତି ରାଜେନ୍ଦ୍ର ନାଏକ ଙ୍କ ଆହ୍ୱାନ କ୍ରମେପିସିସି ସଭ୍ୟ ଦିଗାମ୍ବର ଦୁରିଆ, କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ, ମାଧୁରୀ ନିଏଲ, ପୁରୁଷୋତ୍ତମ ଗୁପ୍ତା, ଭଜ ବେମାଳ, ପ୍ରମୁଖ ମଂଚାସୀନ ଥିଲେ l

related posts

Leave a Comment