Home Breaking News / ତାଜା ଖବର ଦେଶିଆ ନାଟ ଗୁରୁ ଭଗବାନଙ୍କ ଜୀବନ ଜିବିକା ଛଡାଇ ନେଲା କରୋନା

ଦେଶିଆ ନାଟ ଗୁରୁ ଭଗବାନଙ୍କ ଜୀବନ ଜିବିକା ଛଡାଇ ନେଲା କରୋନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିବା ଦେଶିଆ ନାଟଗୁରୁ ଭଗବାନ ଭତରାଙ୍କ ଜୀବନ ଜୀବିକା ଛଡାଇ ନେଲା ମହାମାରୀ କରୋନା। ଭଗବାନ ଭତରା (ଦେଶିଆ ନାଟ୍ୟଗୁରୁଙ୍କ ୧୯୫୨ ମସିହାରେ ତେନ୍ତୁଳୀଖୁଣ୍ଟି ବ୍ଲକ କଙ୍ଗରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

୧୯୫୭ମସିହାରେ ସେ ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଖଇରା ଗ୍ରାମରେ ଆସି ବସବାସ କରିଥିଲେ। ନିଜର ପିତା ଜଗବନ୍ଧୁ ଭତରା ସେତେବେଳେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଖ୍ୟାତି ସମ୍ପନ୍ନ ଦେଶିଆ ନାଟ୍ୟଗୁରୁ ଭାବେ ପରିଚିତ ଥିଲେ।

ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଗବାନ ୭ବର୍ଷ ବୟସରୁ ହିଁ ବାପାଙ୍କ ସହ ବୁଲି ବୁଲି ଦେଶିଆ ନାଟ ପ୍ରତି ଆକର୍ଷିତ ହୋଇଥିଲେ। ନାଟ ମାନଙ୍କରେ ଗୀତରେ ପାଳିଆ ଧରିବା ଆଦି ଶିଖିଥିଲେ ଭଗବାନ ୧୬ ବର୍ଷ ବୟସରେ।

related posts

Leave a Comment