Home Breaking News / ତାଜା ଖବର ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଲା: ଭକ୍ତଙ୍କୁ ଦର୍ଶନ ଦେଲେ ମା ବରାଳଦେବୀ

ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଲା: ଭକ୍ତଙ୍କୁ ଦର୍ଶନ ଦେଲେ ମା ବରାଳଦେବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ ମହାନ୍ତି): କନ୍ଧମାଳ ଜିଲ୍ଲାର ଆଦିଷ୍ଟତ୍ରୀ ଦେବି ମା ବରାଳଦେବୀଙ୍କ ପୀଠରେ ଧୀରେ ଧୀରେ ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳୁଛି। କରେନା ମାଡ଼ରେ ଦୀର୍ଘ ନ ମାସ ଯାଏ କେବଳ ପୂଜକ ଓ ମନ୍ଦିର ପରିଚାଳନା କମିଟିର ସଦଶ୍ୟମାନଙ୍କ ଦ୍ୱାରା ପୂଜା ପାଠ ଚାଲିଥିବା ବେଳେ ଦୀର୍ଘ ଦିନଧରି ବିନା ଭକ୍ତରେ ମା ଙ୍କ ପୂଜା ଅର୍ଚନା ଚାଲିଥିଲା। କାର୍ତିକ ମାସ ପାଇଁ ଏବେ କରେନା କଟକଣା ଓ ସରକାରଙ୍କ ତରଫରୁ ରୁ ଜାରି କରାଯାଇଥିବା କରେନା ଗାଇଡ଼ ଲାଇନ କୁ ପାଳନ କରି ଭକ୍ତ ମାନେ ମା ଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ତେବେ ମନ୍ଦିର ରେ ଭକ୍ତ ମାନେ ସାମାଜିକ ଦୂରତା ରକ୍ଷାକରି ଧାଡି ବାନ୍ଧି ମା ଙ୍କ ଦର୍ଶନ କରୁଥିବା ବେଳେ ମନ୍ଦିର ପରିଚାଳନା କମିଟି ତରଫରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ତା କରା ଯାଇଛି। ସମସ୍ତ ଭକ୍ତ ମନ୍ଦିରକୁ ମାଙ୍କ ଦର୍ଶନ କଲାବେଳେ ମୁହଁ ରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିବା ବେଳେ ସମସ୍ତ ଭକ୍ତଙ୍କୁ ସାନିଟାଇଜ କରା ଯାଉଛି। ଅନ୍ୟ ପଟେ ମନ୍ଦିର ପରିସରରେ ନଡ଼ିଆ ଫୁଲ ସିନ୍ଦୁର ବିକ୍ରି କରି ପରିବାର ପରିପୋଷଣ କରି ଆସୁଥିବା ଦୋକାନୀମାନେ ମଧ୍ୟ ଦୀର୍ଘ ଦିନ ପରେ ଭକ୍ତ ମାନଙ୍କ ଆଗମନ ପାଇଁ ବେପାର ଭଲ ହେଉଥିବା ରୁ ଖୁସି ବ୍ୟକ୍ତ କରିଛନ୍ତି।

related posts

Leave a Comment