Home Breaking News / ତାଜା ଖବର ଭାର ସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବାଇକ୍: ୨ ମୃତ

ଭାର ସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବାଇକ୍: ୨ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ(ରାଜେଶ ସୁନା/ଜ୍ୟୋତି ପ୍ରକାଶ ଦାସ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମ ବାମୁଣୀ ନାଳ ନିକଟ ରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ବୁଦା ଭିତରକୁ ପସି ଯାଇଛି ପଥରରେ ପିଟି ହୋଇଛନ୍ତି। ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି ।

ଘଟଣା ଟି ମଧ୍ୟ ରାତ୍ରୀ ରେ ଘଟିଥିବା ଅନୁମାନ କରାଯାଉଛି । ଆଜି ସକାଳୁ ସ୍ଥାନୀୟ ଲୋକ ଏହା ଦେଖି ପୋଲିସ କୁ ଜଣାଇଛନ୍ତି । ଘଟଣା ସ୍ଥଳରେ ଦୁଇଟି ମୃତଦେହ ସହ CG05K-5051 ନମ୍ବର ର ଏକ ପେସନ୍ ପ୍ରୋ ବାଇକ୍ ପଡି ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିବା ବେଳେ ଜଣଙ୍କ ନାଁ ମୁକୁନ୍ଦ ଜାନୀ ଓ ଅନ୍ୟ ଜଣ ମୃତକ ଙ୍କ ପରିଚୟ ବି ମିଳି ପାରିନି । କିନ୍ତୁ ଘଟଣା ସ୍ଥଳରୁ ଭେଷ୍ଟିଜ କମ୍ପାନି ର କିଛି କାଗଜ ପତ୍ର ମିଳିଛି ।

related posts

Leave a Comment