Home Breaking News / ତାଜା ଖବର ୩ବର୍ଷ ହେଲା ବିଞ୍ଚଣାରେ ଦେବକୀ: ସରକାରୀ ସହାୟତା ବିନା ଅସହାୟ ଜୀବନ

୩ବର୍ଷ ହେଲା ବିଞ୍ଚଣାରେ ଦେବକୀ: ସରକାରୀ ସହାୟତା ବିନା ଅସହାୟ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ମାସେ କି ଦି ମାସ ନୁହେଁ ଗଲା ୩ ବର୍ଷ ହେଲାଣିବିଞ୍ଚଣାରେ ପଡିରହିଛି କନ୍ଧମାଳ ଜିଲ୍ଲ। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପରିକ୍ତ ଡି ପଞ୍ଚାୟତର ସକାଡି ଗ୍ରାମର ଦେବକୀ କୁ ଦେଇ । ଦେବକୀରଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ବଡ଼ ଡାକ୍ତରଖାନା ନେଇପାରୁନାହାନ୍ତି ପରିବାର ଲୋକେ । ଆଗରୁ ପାଠପଢୁଥଲା ଦେବକୀ । ଏବେ ଆଉ ସ୍କୁଲ ଯାଉନି । ସାଙ୍ଗସାଥିଙ୍କ ସହ ଖେଳି ବୁଲି ମଧ୍ୟ ପାରୁନି। ୩ ବର୍ଷ ତଳେ ଦେହରେ ନିଆଁ ଲାଗିଯାଇ ପୋଡି ହୋଇଯାଇଥିଲା ସେ।ଚିକିତ୍ସା କରାଯିବା ଫଳରେ ଜୀବନ ବଞ୍ଚିଯାଇଥିଲା ତାର । ହେଲେ ହାତ ଗୋଡ କାମ କରୁ ନି ଭଲ ରୋଫଳରେ ଯାଆସ କରି ପାରୁନି ଦେବକୀ ।

ଝିଅର ଚିନ୍ତାରେ ବାପା ମାଦୁଃଖରେ ଭାଙ୍ଗିପଡିଛନ୍ତି। ଝିଅ ଟିଏ ହୋଇ ଥିବାରୁ ତାର ବାହାଘର କେମିତି ହେବ ଆଉ ସେ କିପରି ଭଲରେ ଘର ସଂସାର କରିବ ସେ ଚିନ୍ତା ଘାରିଛି ବାପାମାକୁ । ବାପା କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଯେଣତେଣ ପ୍ରକାରେ ଚଳିଯାଉଛି ସିନା ଝିଅ ର ଚିକିତ୍ସା କରିବା ସମ୍ଭବ ହେଉନି।
ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସହାୟତା ଯୋଗାଇଦେଲେ ଦେବକୀର ଚିକିତ୍ସାହୋଇପାରନ୍ତା ଆଉ ସେ ସୁସ୍ଥ ହୋଇଯାଆନ୍ତା ପରିବାର ଲୋକେ କହିଛନ୍ତି ।

related posts

Leave a Comment