Home Breaking News / ତାଜା ଖବର ଭଙ୍ଗା କୁଡିଆରେ ୧୭ ବର୍ଷ: ବଞ୍ଚିବା ପାଇଁ ସଂଘର୍ଷ କରୁଛି ତପନ

ଭଙ୍ଗା କୁଡିଆରେ ୧୭ ବର୍ଷ: ବଞ୍ଚିବା ପାଇଁ ସଂଘର୍ଷ କରୁଛି ତପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ୍ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନପଡା ଗ୍ରାମର ତପନ କହଁର । ବୟସ ମାତ୍ର ୫୩।ପରିବାର କହିଲେ ସେ ଏବଂ ତାଙ୍କ ସ୍ତ୍ରୀ ଏବଂ ପୁଅ ଓ ବୋହୂ । ଗତ ୨୦୦୩ ମସିହାରେ ଦୁର୍ଭାଗ୍ୟ ବଶତଃ ସେ ନିଆଁରେ ପୋଡ଼ି ହୋଇଯାଇଥିଲେ, ଏଥି ଯୋଗୁଁ ତାଙ୍କ ଗୋଡ଼ ଦୁଇଟି ସହ ହାତ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା, ପରବର୍ତ୍ତୀ ସମୟରେ ତାଙ୍କ ଦୁଇଟିଯାକ ଗୋଡ଼ ସହ ହାତ ମଧ୍ୟ ବିଭିନ୍ନ ଅଜଣା ରୋଗରେ ସଂକ୍ରମିତ ହୋଇ ନଷ୍ଟ ହେବାକୁ ବସିଲାଣି, ଯାହା ଦ୍ୱାରା ସେ ଠିକ୍ ରେ ଚଳାବୁଲା କରିପାରୁ ନାହାନ୍ତି, ପୂର୍ବରୁ ସେ ଚିକିତ୍ସା ପାଇଁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ମଧ୍ୟ ବିଶେଷ କିଛି ଫଳପ୍ରଦ ହୋଇନଥିଲା।

ଏହା ସହ ତାଙ୍କ ପରିବାର ବର୍ଗ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯାଇ ଏହି ବିଷୟରେ ସରକାରୀ ଅଧିକାରୀ ମାନଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସାହାଯ୍ୟ ସହଯୋଗ ମିଳିପାରି ନାହିଁ, ସେ ଜଣେ ଗରିବ ତଥା ତାଙ୍କ ପରିବାର ଖଟିଖିଆ ଦିନ ମଜୁରିଆ ହୋଇଥିବା ଯୋଗୁଁ ନିଜର ଉପଯୁକ୍ତ ଚିକିତ୍ସା କରିପାରୁ ନାହାନ୍ତି, ବର୍ତ୍ତମାନ ସେ ଦୀର୍ଘ ୧୭ ବର୍ଷ ହେବ ଭଙ୍ଗା କୁଡିଆ ଘର ତଳେ ଆଶ୍ରୟ ନେଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି, ତେଣୁ ତାଙ୍କୁ ଖୁବଶୀଘ୍ର ସମସ୍ତ ପ୍ରକାରର ଚିକିତ୍ସା ସେବା ମାଗଣାରେ ଉପଲବ୍ଧ କରିବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରି ତାଙ୍କୁ ଘର ଖଣ୍ଡେ ଏବଂ ମାସିକ ପ୍ରଦାନ ସହିତ ସରକାରଙ୍କ ବିଭିନ୍ନ ସାମାଜିକ ଯୋଜନାରେ ସାମିଲ କରି ସହାୟତା ପ୍ରଦାନ କରିବା ପାଇଁ ସେ ତଥା ତାଙ୍କ ପରିବାରବର୍ଗ ଏବଂ ଗଟାମାହା ଗ୍ରାମର ଯୁବ ସମାଜ ସେବୀ ରାଜେଶ କୁମାର ବଗର୍ତ୍ତୀ କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି।

related posts

Leave a Comment