Home Breaking News / ତାଜା ଖବର ପରୀକ୍ଷାର୍ଥୀଙ୍କୁ ଏନଟିଜେନ ଟେଷ୍ଟ କରାଇ ପରୀକ୍ଷା କରାଇଲା ମୋରଡା ଆଇଟିଆଇ

ପରୀକ୍ଷାର୍ଥୀଙ୍କୁ ଏନଟିଜେନ ଟେଷ୍ଟ କରାଇ ପରୀକ୍ଷା କରାଇଲା ମୋରଡା ଆଇଟିଆଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୂରଭଞ୍ଜ(ଅବିନାଶ ମହାନ୍ତି): ମୋରଡା ବ୍ଲକ ତଥା ମୋରଡା ପଞ୍ଚାୟତ ରେ ଥିବା ମୋରଡା ଆଇଟିଆଇ ରେ ପରୀକ୍ଷାର୍ଥୀ ଙ୍କୁ ଏନଟିଜେନ ଟେଷ୍ଟ କରାଇ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି । ସରକାରୀ ନିୟମ ଅନୁଯାୟୀ ବାର୍ଷିକ ପରୀକ୍ଷା ହେବାର ନିଷ୍ପତ୍ତି ହେବା ପରେ ପରୀକ୍ଷାର୍ଥୀ ଓ ଶିକ୍ଷକ କରୋନା ପାଇଁ କିଛି ମାତ୍ରେ ଭୟଭୀତ ହୋଇପଡିଥିଲେ । ସବୁ ଭୟ କୁ ଦୂର କରିବା ପାଇଁ ମୋରଡା ଆଇଟିଆଇ ପ୍ରିନସିପାଲ ସୌମ୍ୟ ଅମିତାଭ ମହାନ୍ତି ଓ ସଂମ୍ପାଦକ ତପନ ମହାନ୍ତି ପରୀକ୍ଷା ପୂର୍ବରୁ ସବୁ ପିଲାଙ୍କ ଏନଟିଜେନ ଟେଷ୍ଟ କରାଇବା ସହିତ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ଆରମ୍ଭ କରିଥିଲେ ।

ତେବେ ଫିଟର ଟ୍ରେଡରେ ଆଜି ୨୬ ଜଣ ପରୀକ୍ଷା ଦେଉଥିଲେ । ଏବଂ ସମସ୍ତ ପିଲାଙ୍କ ର ରିପୋର୍ଟ ନେଗେଟିଭ ଆସିଥିଲା । ୨୬ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୨୦ ପଡୋଶୀ ପଶ୍ଚିମବଙ୍ଗ ଅଞ୍ଚଳ ର ଥିଲେ । ଏ ଭଳି ପଦକ୍ଷେପ ଗ୍ରହଣ କରି ପରୀକ୍ଷା କରିଥିବା ରୁ ସବୁ ମହଲରେ ବେଶ ପ୍ରଶଂସା କରାଯାଇଛି।

related posts

Leave a Comment