Home Breaking News ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ଅଧାରୁ ପଠ ବନ୍ଦ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ଅଧାରୁ ପଠ ବନ୍ଦ

by Times One Odia
Share with
     
 
 
   

ରାଇକିଆ(ରଜତ କୁମାର ନାୟକ): ଚିକିତ୍ସାରେ ଅର୍ଥ ସାଜିଛି ବାଧକ।ଗରିବ ଖଟିଖିଆ ଦିନ ମଜୁରିଆ ଲୋକଙ୍କ ପାଇଁ ଗୁରୁତ୍ୱର ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ଅର୍ଥ ଆବଶ୍ୟକ ପଡୁଥିବା ବେଳେ ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି ଲୋକେ।ଆମେ କହୁଛୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ସୁଗଡବାଡି ପଞ୍ଚାୟତର ଲେଙ୍ଗୁମାହା ଗ୍ରାମର ପରିବାରର ଏକମାତ୍ର ପୁତ୍ର ୩୦ ବର୍ଷ ସଞ୍ଜିବ ନାୟକଙ୍କ ମେରୁଦଣ୍ଡରେ ଆଘାତ ଯୋଗୁଁ ଅଣ୍ଟା ଅକାମୀ ହୋଇପଡିଛି।ବହୁ କଷ୍ଟରେ ଜୀବନ ବିତାଉଥିବା କୁହନ୍ତି ପରିବାର ଲୋକେ।ସଞ୍ଜିବଙ୍କ କହିବା ପ୍ରକାରେ ଦୀର୍ଘ ୧୫ ବର୍ଷ ପୂର୍ବେ ଖେଳକୁଦ ରେ ଆଘାତ ଲାଗିଥିଲା।

ପରିବାର ଲୋକେ ପୁଅଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ନେଇଥିଲେ।ହେଲେ ସେହି ପରିବାର ଦିନ ମଜୁରୀଆ ଭାବେ କାର୍ଯ୍ୟ କରି ଆର୍ଥିକ ଅନଟନରେ ମଧ୍ୟରେ ଜୀବନ ଯାପନରେ ଗତି କରୁଛନ୍ତି।ଏଥି ଯୋଗୁଁ ପୁଅଙ୍କୁ ଆଉ ଅଧିକା ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଦେଖା ଦେଇଥିଲା।ଯାହା କାର୍ଯ୍ୟ କରି ସଞ୍ଜୟ କରିଥିଲେ ସେତିକିରେ ଚିକିତ୍ସା କରାଇଥିଲେ। କିନ୍ତୁ ସେଥିରୁ ପୁଅକୁ ସଂପୁର୍ଣ୍ଣ ସୁସ୍ଥ କରିପାରିନ ଥିଲେ।ସଞ୍ଜିବ ଦଶମ ଶ୍ରେଣୀରେ ପାଠ ପଢୁଥିଲେ।ଏହି ସମସ୍ୟା ଯୋଗୁଁ ସେ ଆଉ ଚଲାବୁଲା କରି ନପାରି ବାରୁ ତାର ପାଠପଢ଼ା ମଧ୍ୟ ଅଧାରୁ ବନ୍ଦ ହୋଇ ଯାଇଥିଲା।

ମା ସୁକାନ୍ତି ନାୟକ ସଞ୍ଜିବର ସମସ୍ତ ନିତ୍ୟକର୍ମ କରୁଥିବା ଦେଖିବାକୁ ମିଳୁଛି।ଆଗକୁ ପୁଅର ଅଧିକା ଚିକିତ୍ସା ପାଇଁ ମାଁ ସୁକାନ୍ତି ଓ ପୁଅ ସଞ୍ଜିବ ସରକାରଙ୍କୁ ନିବେଦନ କରିଛନ୍ତି।ପୁଅକୁ ଦିବ୍ୟାଙ୍ଗ ଭତ୍ତା ମିଳୁଥିବା ବେଳେ ଚାଉଳ ମଧ୍ୟ ମିଳୁଛି। କିନ୍ତୁ ଏ ପର୍ଯ୍ୟନ୍ତ ଘର ଖଣ୍ଡେ ମିଳିନଥିବା କହିଛନ୍ତି ପରିବାର ଲୋକେ।ସଞ୍ଜିବ ନାୟକଙ୍କ ଚିକିତ୍ସା ପାଇଁ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି।ଏବେ ଦେଖିବାକୁ ରହିଲା ପଞ୍ଚାୟତ, ବ୍ଲକ୍, ଜିଲ୍ଲା ପ୍ରଶାସନ ସହ ସରକାରଙ୍କ ସହଯୋଗର ହାତ ବଢାଇଲେ ସଞ୍ଜିବଙ୍କ ଚିକିତ୍ସା ହୋଇପାରିବ।

related posts

Leave a Comment