Home Breaking News / ତାଜା ଖବର ଜାତୀୟ ରାଜପଥର ଅବରୋଧ କଲେ ବିସ୍ଥାପିତ ପ୍ରଜା

ଜାତୀୟ ରାଜପଥର ଅବରୋଧ କଲେ ବିସ୍ଥାପିତ ପ୍ରଜା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେଙ୍କାନାଳ(ରିତେଶ ବ୍ରହ୍ମା): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଦଦରାଘାଟି ଜଳ ସେଚନ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ଗ୍ରାମ ଙ୍କୁ ସ୍ଵତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ୧୪୯ ନଂ ଜାତୀୟ ରାଜପଥ ରଙ୍ଗଥଳି ଛକ ନିକଟରେ ରାସ୍ତା ରୋକ କରିଥିଲେ ଦଦରାଘାଟି ବିସ୍ଥାପିତ ପ୍ରଜା ।

ସ୍ଥାୟୀ ଜମି ପଟ୍ଟା, ସହ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ବିସ୍ଥାପିତ ପ୍ରଜା ଦିର୍ଘ ସମୟ ଧରି ରାଜ ରାସ୍ତା ରେ ଧାରଣା ଦେଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ତହସିଲଦାର ପହଞ୍ଚି ବିସ୍ଥାପିତ ପ୍ରଜାଙ୍କ ସହ ଆଲୋଚନା କରିବା ସହ ପ୍ରସ୍ତାବିତ ପ୍ରଜା ଙ୍କ ଦାବି ଗୁଡିକ ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ପ୍ରତ୍ୟାହାର ହୋଇଥିଲା।

related posts

Leave a Comment