Home Breaking News / ତାଜା ଖବର ଘରକୁ ପଶିଲା ପିକ୍ ଅପ୍ ଗାଡି: ଜଣେ ବୃଦ୍ଧ, ୪ ଶିଶୁଙ୍କ ସମେତ ୬ ଗୁରୁତର

ଘରକୁ ପଶିଲା ପିକ୍ ଅପ୍ ଗାଡି: ଜଣେ ବୃଦ୍ଧ, ୪ ଶିଶୁଙ୍କ ସମେତ ୬ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି/ବଂଶୀଧର ସାଗର): ଚନ୍ଦାହାଣ୍ଡି ଅଞ୍ଚଳରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ପିକ୍ ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯିବାରୁ ୪ ଜଣ ଶିଶୁ, ଜଣେ ବୃଦ୍ଧ ସମେତ ୬ ଜଣ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଝରାବାହାଲ ଗ୍ରାମର ଦୁଷ୍ମନ୍ତ ଜଗତ ସବୁ ଦିନ ଭଳି ପିକ୍ ଭ୍ୟାନ ରେ ଆଳୁ , ପିଆଜ, ମରିଚ ଓ ହଳଦି ଧରି ହାଟକୁ ବାହାରିଥିଲେ।

ସେହି ଗ୍ରାମ ମଧ୍ୟରେ ହିଁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡ୍ରେନ୍ କୁ ଅତିକ୍ରମ କରି ରାସ୍ତା ଠାରୁ କିଛି ଦୁରରେ ଥିବା ଏକ ଘର ମଧ୍ୟକୁ ପଶିଯାଇଥିଲା। ସେହି ଘରର ବାରଣ୍ଡାରେ ଥିବା ଚଉଁରା ନିକଟରେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋଉଁଥିବା ସଚିନ ଗୋପାଳ(୧୦), ସତିକାନ୍ତ ଗୋପାଳ(୯), ନନ୍ଦିନି ଗୋପାଲ(୭), ଅଶୋକ ଗୋପାଳ(୯), ମନିଷା ଗୋପାଳ(୨୭) ଙ୍କ ସମେତ ଡମ୍ବରୁଧର ହାତି (୬୦) ଗାଡି ଧକ୍କାରେ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। ସେ ମଧ୍ୟରୁ ୩ ଜଣ ଶିଶୁଙ୍କୁ ଅବସ୍ଥା ଗୁରୁତର ଥିବାରୁ ଉମରକୋଟ ଡାକ୍ତରଖାନାରେ କୁ ପଠାଯାଇଛି। ବୃଦ୍ଧ ଡମୁରୁଧର ହାତି ଜମାଦାର ପଡା ଗ୍ରାମର। ସେ ଝିଅ ଦେଖିବା ପାଇଁ ଗତ କାଲି ଝରାବାହାଲ ଆସିଥିଲେ। ଆଜି ସେ ନିଜ ଗାଁକୁ ଯିବା ପାଇଁ ବାହାରିଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଏହି ପିକ ଅପ ଧକ୍କା ରେ ସାଲେବିଡି ଗ୍ରାମର ଜନୈକ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଥିଲା ।

related posts

Leave a Comment