Home Breaking News / ତାଜା ଖବର ପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ଡାବୁଗାଁ ସଦର ମହକୁମା ସ୍ଥିତ ଠାକୁରାଣୀ ମନ୍ଦିର ନିକଟ ପୋଖରୀ ରେ ବୁଡି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ସୋମବାର ସକାଳୁ ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଉମରକୋଟ ଥାନା ଅଧୀନ ସାନ ଭୀମଗୁଡା ଗ୍ରାମର ଗଣପତି ଭତ୍ରା ଙ୍କ ପୁଅ ସମାରୁ ଭତ୍ରା (୩୫) କିଛି ଦିନ ତଳେ ରାୟଗଡା ଜିଲା କୁ କୁଲି କାମ କରିବାକୁ ଯାଇଥିଲା । ଆଜି ସେଠାରୁ ନିଜ ଘରକୁ ଫେରୁଥିବା ବେଳେ ଧୋଡ୍ରାରେ ଓହ୍ଲାଇବା ବଦଳରେ ଡାବୁଗାଁରେ ଓହ୍ଲାଇ ଠାକୁରାଣୀ ମନ୍ଦିର ପାଖ ପୋଖରୀ କୁ ଶୌଚ ପାଇଁ ଯାଇଥିଲା। ସେଠାରେ ତାର ଗୋଡ ଖସି ଯାଇ ପାଣିରେ ବୁଡି ଯାଇଥିବା ବେଳେ ମାଁ ଠାକୁରାଣୀ ମନ୍ଦିରକୁ ଯାଇଥିବା ଭକ୍ତ ମାନେ ଦେଖି ଗ୍ରାମରେ ଖବର ଦେଇଥିଲେ । ଗ୍ରାମର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ପୋଖରୀ ରୁ ସମାରୁ ଭତ୍ରାର ମୃତ ଶରୀରକୁ ପୋଖରୀରୁ ବାହାର କରିଥିଲେ।

ପରେ ଡାବୁଗାଁ ଥାନା ସବଇନିସ୍ପେକ୍ଟର ମଦନାବତୀ ବିହାର ଓ ଏଏସଆଇ ଜଗଦୀଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପହଞ୍ଚି ପୋଖରୀ ହୁଡାରେ ଥିବା ତାର ବ୍ୟାଗ ଯାଞ୍ଚ କରି ମୃତକର ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ମୃତକର ଦାଦା ପୁଅ ଭାଇ ମାଧବ ଭତ୍ରା ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲା କୁ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଥାନା କେସ ନଂ ୨୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

related posts

Leave a Comment