Home Breaking News ଆବାସ ଯୋଜନାରେ ଘର ମିଳିଲାନି: ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଜୀବନ

ଆବାସ ଯୋଜନାରେ ଘର ମିଳିଲାନି: ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଜୀବନ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଗାଁ ସରପଞ୍ଚ ଠୁ ଆରମ୍ଭ କରି B.D.o ଯାଏ ଗୁହାରି କରି କରି ଥକି ଗଲେଣି ସିନା ହେଲେ ଏ ଯାଏ ଘର ଖଣ୍ଡେ ମିଳିଲା ନାହିଁ। ନିଜର ଭୁଶୁଡ଼ି ଯାଇଥିବା ଘର ଉପରେ ପାଲ ଟାଣି ଭାଗ୍ୟକୁ ଆଦିରି ପଡିରହିଛନ୍ତି 70 ବର୍ଷର ବୃଦ୍ଧା ନବୀ ଦିଗାଲ। ଗରିବ ବାସହୀନଙ୍କ ପାଇଁ ସରକାରଙ୍କର ମାଳ ମାଳ ଯୋଜନା ରହିଛି ହେଲେ ଏସବୁ ଯୋଜନା କିଭଳି କାର୍ଯ୍ୟକାରି ହେଉଛି ତାହା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ନେଡିପଦର ଗ୍ରାମର 70 ବର୍ଷୀୟ ବୃଦ୍ଧା ନବୀ କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି।

ଇଏ ହେଉଛନ୍ତି 70 ବର୍ଷୀୟ ବୃଦ୍ଧ ନବୀ ଦିଗାଲ। ଦେହର ଚମ ଦୂଢୁ ଦୂଢୁ ହୋଇଗଲାଣି। ଆଖିକୁ ଭଲ ଭାବରେ ଦିଶୁନି। ଭଲରେ ଚାଲି ବୁଲି ବି ପାରୁନାହାନ୍ତି ନବୀ ।ଘର ଖଣ୍ଡିଏ ବି ନାହିଁ ତାଙ୍କର। ଝାଟିମାଟି କୁଡ଼ିଆରେ ମୁଣ୍ଡ ଗୁଞ୍ଜି ରହୁଥିଲେ ନବୀ ହେଲେ ତିତିଲି ବାତ୍ୟାରେ ଝାଟିମାଟିର କାନ୍ଥ ଭୁଷୁଡି ଗଲା ଫଳରେ ପ୍ରଶାସନ ନିକଟରେ ନେହୁରା ହେଲେ ବି ପାଲ ଖଣ୍ଡିଏ ମିଳିଲାନି ଫଳରେ ସେ ନିଜେ ମାଗି ଯାଚି ପାଲ ଖଣ୍ଡିଏ କିଣି ଭଙ୍ଗା ଘର ଉପରେ ପକେଇ ରହୁଛନ୍ତି।

ସରକାରି ସହାୟତାକହିଲେ ନବୀ କୁ ବାର୍ଦ୍ଧକ୍ୟ ଭତ୍ତା 500 ଟଙ୍କା ଓ ଚାଉଳ ପାଞ୍ଚ କେଜି ମିଳୁଛି ସେତକରେ ଓଳିଏ ଖାଇ ଓଳିଏ ଉପାସ ରହି ବଞ୍ଚି ରହୁଛନ୍ତି ନବୀ। ଦୂରା ରୋଗରେ ପଡ଼ି ସ୍ତ୍ରୀ ଆଜିକୁ ଛଅ ସାତ ବର୍ଷ ହେଲାଣି ଆରପାରିକୁ ଚାଲିଗଲେଣି। ନବୀଙ୍କ ପୁଅ ମାନେ ଅଛନ୍ତି ହେଲେ ବାହା ସାହା ହୋଇ ଅନ୍ୟ ସ୍ଥାନରେ ଅଛନ୍ତି ,କେହି ପଚାରୁ ନାହାନ୍ତି ନବୀକୁ। ଆବାସ ଯୋଜନାରେ ଘର ଖଣ୍ଡିକ ମିଳିଲେ ବାକି ଜୀବନ ଖୁସିରେ ରହିପାରନ୍ତେ ବୋଲି କହିଛନ୍ତି ସେ।

କେବଳ ନବୀ ଏକା ନୁହଁନ୍ତି। ପାଖରେ ଥିବା ଡାଆଂଶପାଲି ଗାଁରେ (ବେଙ୍ଗବତୀ ଦିଗାଲ,ମୀନା ଦିଗାଲ, ଟୋକଳା ଦିଗାଲ) ଅନେକ ଲୋକ ଆବାସ ଯୋଜନାରେ ଘର ଖଣ୍ଡିଏ ନ ପାଇ ଭଙ୍ଗା ଦଦରା କାନ୍ଥ ଉପରେ ପାଲ ଟାଣି ରହୁଥିବା ଦେଖିବାକୁ ମିଳିଛି। ଏନେଇ ସଲାଗୁଡ଼ା ସରପଞ୍ଚଙ୍କୁ ପଚାରିବାରେ ଆବାସ ଯୋଜନାରେ ନବୀ ଦିଗାଲ ସମେତ ଅନ୍ୟ ମନଙ୍କୁ ମଧ୍ୟ ଆବାସ ଯୋଜନାରେ ମାଗଣା ଘର ଯୋଗାଇଦେବା ପାଇଁ B.D.O ଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ହେଲେ ଏହି ବାସହୀନ ମାନଙ୍କୁ ସର ପଞ୍ଚ ମହାଶୟା କେବେ ଘର ଯୋଗାଇ ଦେଉଛନ୍ତି ତାହା ଦେଖିବାର କଥା।

related posts

Leave a Comment