Home Breaking News ପୁଣି ବେଆଇନ ଗଂଜେଇ ଚାଷ ନଷ୍ଟ କଲା ପୋଲିସ

ପୁଣି ବେଆଇନ ଗଂଜେଇ ଚାଷ ନଷ୍ଟ କଲା ପୋଲିସ

by Times One Odia
Share with
     
 
 
   

ବାଲିଗୁଡା(ପ୍ରମୋଦ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଂଜେଇ ଚାଷ ବୃଦ୍ଧିପାଉଛି। ଗଂଜେଇ ଚାଷକୁ ସମୂଳେ ଧ୍ବଂସ କରିବାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ଏସ ଆଇ ନିରୁପମା ପ୍ରଧାନ କ ନୂଆଗାଁ ଥାନା ଏସ ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ ଏସ ଆଇ ପ୍ରମୋଦ କୁମାର ବେହେରା ସମେତ ପୋଲିସ ଫୋର୍ସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ମନୋଜ କୁମାର ଦେବତାଙ୍କ ଉପସ୍ଥିତିରେ ସାଇନପଡା ଗ୍ରାମପଞ୍ଚାୟତର ଗୋଛାପଡା ଓ ଦାଉଁଗାଁ ଗାଁରେ ଦୁଇଦିନରେ 375 ଏକର ରାଜସ୍ବ ଓ ଜଙ୍ଗଲ ଜମିରେ ପ୍ରାୟ 3କୋଟି 75 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଂଜେଇ ଚାଷକୁ କାଟି ପୋଡି ଦେଇଛି ପୋଲିସ।

ନୂଆଗାଁ ଥାନାରେ ଏନ ଡି ପି ଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଏହି ଗଂଜେଇ କଟା ଅଭିଯାନରେ ପୋଲିସ ଓ ଅବକାରୀ ବିଭାଗ ପାଞ୍ଚ ଦିନରେ 820ଏକର ସରକାରୀ ଜମିରୁ ପ୍ରାୟ 82 କୋଟିରୁ ଉର୍ଦ୍ଧ ଟଙ୍କାର ଗଂଜେଇ ଚାଷ ନଷ୍ଟ କରିଛି ଆଗକୁ ଏହାର ସଂଖ୍ୟା ବଢିବ ବୋଲି କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ପ୍ରକାଶ କରିଛନ୍ତି। ବାଲିଗୁଡା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଏକର ଏକର ସରକାରୀଜମିରେ ଚାଷ ହେଉଥିଲେ ବି ପ୍ରଶାସନ କିଭଳି ସୁରାକ ପାଉନି ଜ଼ିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବେଧଡ଼କ ଗଂଜେଇ ଚାଷ ହେଉଛି ଳ ଚାଷରେ ସରକାରୀ ଚାକିରୀଆ ଓ ରାଜନେତା ପରୋକ୍ଷ ସମ୍ପୃକ୍ତଥିବା ଅଭିଯୋଗ ହେଉଛି।

related posts

Leave a Comment