Home Breaking News ପାଳିତ ହେଲା ପାରମ୍ପରିକ ଦିଆଲି ପର୍ବ

ପାଳିତ ହେଲା ପାରମ୍ପରିକ ଦିଆଲି ପର୍ବ

by Times One Odia
Share with
     
 
 
   

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ଡାବୁଗାଁ ଅଞ୍ଚଳରେ ପାଳିତ ହୋଇଯାଇଛି ପାରମ୍ପରିକ ଦିଆଲି ପର୍ବ । ଧାନ ଅମଳ ପରେ ଭିନ୍ନ ଭିନ୍ନ ଦିନ ଭିନ୍ନ ଭିନ୍ନ ସ୍ଥାନରେ ଦିଆଲି ପର୍ବ ପାଳନ କରାଯାଏ । ବଅଁଳାନୀ ଯାତ୍ରା ପରେ ଗୋମାତାକୁ ଦିଆଲି ଦିନ ପୂଜା କରାଯାଇ ନୈବେଦ୍ୟ ଅର୍ପଣ କରାଯାଏ । ଘର ଓ ଗୁହାଳରେ ବିଭିନ୍ନ ପ୍ରକାର ଝୋଟି ଦେଇ ଧଳା ଓ ରଂଗମାଟିରେ ସଜାଯାଏ । ଗୌଡ଼ିଆ ମାନେ ( ଗାଇଗୋରୁ ଜଗାଳିମାନେ ) ବାଦ୍ୟର ତାଳେତାଳେ ନୃତ୍ୟ କରି ଘର ଘର ବୁଲନ୍ତି ।

ଯେଉଁ ଘରର ଗାଈଗୋରୁର ରକ୍ଷଣାବେକ୍ଷଣର ଦାୟିତ୍ବ ନେଇଥାନ୍ତି ସେସବୁ ଘରୁ ବର୍ଷର ପାରିଶ୍ରମିକ ଆଦାୟ କରନ୍ତି । ଘରମାଲିକଙ୍କୁ ଚୁଡ଼ା , ଗୁଡ଼ , ହଂସ , କୁକୁଡ଼ା ଇତ୍ୟାଦି ଭେଟି ପ୍ରଦାନ କରନ୍ତି । ସେମାନେ ଚିତ୍ର ବିଚିତ୍ର ବାଡ଼ି କଳା,ଧଳା ରଂଗର ବାଡ଼ି ଧରି …ସେହି ଡାଙ୍ଗକୁ ବାନାଡାଙ୍ଗ କୁହାଯାଇଥାଏ। ଏହି ବାନାଡାଙ୍ଗ ଧରିନୃତ୍ୟ କରନ୍ତି । ବର୍ତ୍ତମାନ ସହାରାଞ୍ଚଳରେ ଏହି ପରମ୍ପରା ଲୁପ୍ତ ହେବାକୁ ବସିଛି କିନ୍ତୁ ଗାଁ ଓ ପଲ୍ଲୀ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଗୁଡ଼ିକ ଧୁମଧାମରେ ପାଳନ କରାଯାଇଥାଏ ।

ଏବର୍ଷ କୋଭିଡ଼୍ କଟକଣା ଭିତରେ ଅବଶ୍ୟ କିଛିଟା ଫିକା ପଡିଛି ସତ କିନ୍ତୁ ଆଦିବାସୀ ଭାଇମାନଙ୍କ ଉତ୍ସାହ କମିନି । ସକାଳେ ଘରର ସମସ୍ତ ଗାଈଗୋରୁଙ୍କୁ ସ୍ନାନ କରାଇ ଖେଚୁଡ଼ି ଓ ବିରିପିଠାର ଭୋଗ ଅର୍ପଣ କରିଥାଆନ୍ତି । ସାହି ପଡ଼ିଶାରେ ପ୍ରସାଦ ବଣ୍ଟାଯାଏ । କେଉଁ ଅନାଦି କାଳରୁ ଏହି ପର୍ବ ଡ଼ାବୁଗାଁ ଅଞ୍ଚଳରେ ପାଳନ କରାଯାଉଅଛି ।

related posts

Leave a Comment