Home Breaking News ଘାଟିରେ ଓଲଟିଲା ଅଟୋ: ୯ ଶ୍ରମିକ ଆହତ

ଘାଟିରେ ଓଲଟିଲା ଅଟୋ: ୯ ଶ୍ରମିକ ଆହତ

by Times One Odia
Share with
     
 
 
   

ଝରିଗାଁ(ଜ୍ୟୋତି ପ୍ରକାଶ ଦାସ): ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା ରେ ଥିବା ଘାଟି ରେ ଆଜି ସକାଳେ ୧୦ଜଣ ଶ୍ରମିକ ଙ୍କୁ ନେଇ ଚନ୍ଦାହାଣ୍ଡି ସଦର ମହକୁମା ଅଭିମୁଖେ ଯାଉଥିବା ଏକ ଅଟୋ ବ୍ରେକ ଫେଲ ହୋଇ ଓଲଟି ପଡିବା ଫଳରେ ୯ଜଣ ଶ୍ରମିକ ଆହତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଧୀନ ରହିଥିବା ଜଣାଯାଇଅଛି।

ପ୍ରାପ୍ତ ସୂଚନାନୁଯାୟି କଷ।ଗୁମୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଏବଂ ବଡଗୁଡା ଗ୍ରାମର ୧୦ଜଣ ଶ୍ରମିକ ଗାଁର ଏକ ଅଟୋ ଭଡା କରି ଚନ୍ଦାହାଣ୍ଡି ସଦର ମହକୁମା ସ୍ଥିତ ଏକ ମେଟାଲ କଂକ୍ରିଟ କାର୍ଯ୍ୟ ରେ ଶ୍ରମିକ କାର୍ଯ୍ୟ କରିବାକୁ ଘରୁ ବାହାରି ଥିଲେ ତେବେ ଚନ୍ଦାହାଣ୍ଡି ଘାଟି ଠାରେ ବ୍ରେକ ଫେଲ ହେବାରୁ ଅଟୋ ଉପରୁ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବା ଫଳରେ ଦୁର୍ଘଟଣା ଘଟିଥିଲା ଫଳରେ ଓଟୋରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୯ଜଣ ଯଥାକ୍ରମେ ରାମସାଏ ଭତରା(୩୫) ଲମ୍ବୁ ଗୌଡ଼(୩୦) ପଦମନ ଭତରା(୩୫) ପିଲୁ ଭତରା(୧୭) ସୁଦର ଭତର(୩୫) ମୋତିସିଂ ଭତରା(୩୫) ଅରୁଣ ଭତରା(୨୯) କରମସିଂ ମାଝୀ(୧୭) ଭରତ ଭତରା(୩୫) ପ୍ରମୁଖ ଶ୍ରମିକ ଙ୍କୁ ମୁଣ୍ଡରେ ହାତରେ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।ଦୁର୍ଘଟଣା ପରେ ପଥଚାରୀ ମାନେ ୧୦୮ କୁ ଖବର ଦେବାପରେ ୧୦୮ ଯୋଗେ ସମସ୍ତ ଶ୍ରମିକ ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଚିକିତ୍ସକ ଡ଼ଃ ସନ୍ତୋଷ ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବାର ଜଣେଇ ଅଛନ୍ତି।

related posts

Leave a Comment