Share with
ସାକ୍ଷୀଗୋପାଳ: ସୋମବାର ଅଁଳା ନବମୀ ହୋଇଥିବାରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ୧୪୪ ଧାରା ଲାଗୁ କରିଛି।
ସାକ୍ଷୀଗୋପାଳ ମନ୍ଦିର ଚାରିପାଖର ୨ଶହ ମିଟର ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ଯାଏ କଟକଣା ଲାଗୁ କରିଛି ପ୍ରଶାସନ। ୨୨ ତାରିଖରୁ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି। ଏଥିସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି। କେବଳ ମନ୍ଦିରରେ ସେବାୟତମାନେ ନୀତିକାନ୍ତି କରିବେ।