Home Breaking News / ତାଜା ଖବର ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ

ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର/ଡାବୁଗାଁ(ରବି ନାରାୟଣ ମହାନ୍ତି ଓ ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ବ୍ଲକ କୃଷି ପରାମର୍ଶଦାତା (ଆତ୍ମା) କମିଟି ବୈଠକ ଆତ୍ମା ଅଧ୍ୟକ୍ଷ ଏମ୍॰ ବୁଲୁ ରାଓ ଙ୍କ ସଭାପତିତ୍ଵରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ବିଭାଗର ଚଳିତ ରବି ରତୁରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଇ-ନାମ ଜରିଆରେ ମକାମାଣ୍ଡି ନିମନ୍ତେ ନାମ ରେଜିଷ୍ଟେସନ କରିବା ଓ ମଣ୍ଡିଆ ମଣ୍ଡି ନିମନ୍ତେ ନାମ ରେଜିଷ୍ଟେସନ ପାଇଁ ସୂଚନା ଦିଆଯାଇଥିଲା। ଏଥିରେ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଯଥା :- ବ୍ରୟଲର କୁକୁଡା ପାଳନ, ଅଣ୍ଡା ଦିଆ କୁକୁଡା ପାଳନ, ଛେଳି ପାଳନ ଆଦି ଯୋଜନା ଉପରେ ଆଲୋଚନା ହୋଇଥିଲା। ଏଥିରେ ସହକାରୀ କୃଷି ଅଧିକାରୀ ତଥା ଆତ୍ମା ଆବାହକ ଦୁର୍ଯ୍ୟଧନ ଜାନୀ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ବିଧୂତ ଶେଖର ମିଶ୍ର, ଲ୍ୟାମ୍ପ୍ସ କର୍ମଚାରୀ ହରିବନ୍ଧୁ ମିର୍ଗାନ, ସଭ୍ୟ ଦେବରାଜ ପାତ୍ର, ସତ୍ୟରଞ୍ଜନ ପାତ୍ର, ଡି॰ ରାଜଶେଖର ରାଓ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ଏଟିଏମକେ ଉଦୟ କୁମାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

related posts

Leave a Comment