Home Breaking News / ତାଜା ଖବର ଅଟୋ ସହ ୨୪ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ: ୩ ଗିରଫ

ଅଟୋ ସହ ୨୪ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ: ୩ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଗଞ୍ଜେଇ ପୋଲିସ ଜବତ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁ ଯାୟୀ ପୋଲାସ କୈାଣସି ଏକ ସୂଚନାରୁ ଖବର ପାଇ ଶୁକ୍ରବାର ସକାଳ ୧୦.୩୦ ରେ ରାଇକିଆ ନିକଟସ୍ଥ ରାମୁଣ୍ଡା ଠାରେ ଏକ ଅଟୋକୁ ଅଟକାଇ ତଲାସି ବେଳେ ସେଠାରୁ ଏକ ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇଥାବା ବେଳେ ତିନି ଜଣଙ୍କୁ ଥାନାକୁ ଅଣାଯାଇ ପଚାରିବାରୁ ଜଣାପଡିଛି ବାରଖମା ଠାରୁ ଭୁବନେଶ୍ଵରରକୁ ରାଇକିଆ ଦେଇ ଚୋରାଚାଲାଣ ହେଉଥିଲା।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨୪କିଲୋ ୪୦୦ ଗ୍ରାମ ଓଜନର ଗଞ୍ଜେଇ ହୋଇଥିବା ଜଣାପଡିଛି। ଏନେଇ ଥାନାରେ 84/2020,20.11.2020 u/s 20(b)(ii) (c)/25/29 NDPS Act ଅନୁଯାୟୀ କେସ୍ କରାଯାଇ ଥିବାବେଳେ ଅଟୋ ନମ୍ବର OD07 V 5019 ସହ ଚକ୍ରଧର ପାତ୍ର,ପାତ୍ର ମଲ୍ଲିକ ଏବଂ ସରୋଜ କୁମାର ସାହୁଙ୍କୁ ଗିରଫ କରାଯାଇ କୋର୍ଟ କୁ ଚାଲାଣ କରାଯାଇଥିବା ରାଇକିଆ ଥାନା ଅଧିକାରୀ ତରୁଣ ତପନ ବେହେରାଙ୍କ ଠାରୁ ସୂଚନା ମିଳିଛି।

related posts

Leave a Comment