Home Breaking News / ତାଜା ଖବର ଧାନବିକ୍ରିରେ କଟକଣା: ସରକାରୀ ଚକ୍ରବ୍ୟୁହରେ ଚାଷୀ

ଧାନବିକ୍ରିରେ କଟକଣା: ସରକାରୀ ଚକ୍ରବ୍ୟୁହରେ ଚାଷୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପାଟଣା(ରାଜୁ ପାହାଡ଼): ଦେଶର ଖାଦ୍ୟ ଭଣ୍ଡାର କୁ ସମୃଦ୍ଧ କରି ଲୋକଙ୍କୁ ଅନ୍ନ ଯୋଗାଉଥିବା ଚାଷୀ ଙ୍କ ପାଇଁ ସ୍ଵାଧୀନତା ର ଦୀର୍ଘ ଦଶନ୍ଧି ପରେ ମଧ୍ଯ ସରକାର ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରିପାରି ନାହାନ୍ତି, ଏହାର ସୁବିଧା ନେଇ ପ୍ରାଶାସନିକ ଅଧିକାରୀ ମାନେ ଚାଷୀ ମାନଙ୍କୁ ବିଭିନ୍ନ ଆଳରେ ଧାନ ଗାଡି ଅଟକ ରଖି ହଇରାଣ କରୁଥିବା ଅଭିଯୋଗ ହେଉଛି। ବ୍ୟବସାୟୀ ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ରେ ଶୋଷିତ ହେଉଛି ଚାଷୀ। ଚଳିତ ରବି ଋତୁରେ ସରକାର ଜଳସେଚିତ ଅଞ୍ଚଳ ରୁ ଏକର ପିଛା 19 କୁଇଣ୍ଟାଲ ଓ ଅଣଜଳସେଚିତ ଅଂଚଳରୁ ଏକର ପିଛା 12 କୁଇଣ୍ଟାଲ ଧାନ ଚାଷିଙ୍କ ଠାରୁ ମଣ୍ଡି ଜରିଆରେ କିଣିବାକୁ ସ୍ଥିର କରାଯାଇଛି।

ବଳକା ଧାନ ବିକ୍ରୟ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ, ଚାଷୀ ଅନ୍ୟତ୍ର ବିକ୍ରି କରିବାକୁ କଟକଣା ଜାରି କରୁଛି ପ୍ରଶାସନ ।ଏହିଭଳି ଏକ ଅଭିଯୋଗ ହୋଇଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରୁ ନିକଟ ଅତୀତରେ ଜୈନିକ ଚାଷୀ ନିଜ ଉତ୍ପାଦିତ ଧାନ କୁ ନିଜ ସମ୍ପର୍କୀୟଙ୍କ ଘରକୁ ଚାଲାଣ କରୁଥିବା ସମୟରେ RMC ର ଜଣେ କର୍ମଚାରୀ ଗାଡି କୁ ଅଟକାଇ ଉପରିସ୍ଥ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ ବହୁ ହଇରାଣ ହରକତ ହେବାସହ ଅଟକ ଗାଡି ବାହାର କରିବା ପାଇଁ ଚାଷୀକୁ ନାକେଦମ୍ ହେବାକୁ ପଡ଼ିଥିଲା। ଜମିର ଦଲିଲ ଦସ୍ତାବିଜ୍ ଦେଖେଇବା ସହ ସରଜମୀନ ତଦନ୍ତ ପରେ ମଧ୍ଯ ରୋଗାକ୍ରାନ୍ତ ଚାଷୀ ଙ୍କୁ ସାହାରା ଦେଇ କାର୍ଯ୍ୟାଳୟ ରେ ହାଜର କରାଯାଇଥିଲା। ତଦନ୍ତ କରି ଦିନକ ପରେ ଅଟକ ଗାଡି ଛଡାଯାଇ ଥିଲା, ବିଚରା ଚାଷୀକୁ ଦିନକର ଗାଡିଭଡ଼ା ଅଧିକ ଦେବାସହ ଦିନରାତି ଭୋକରେ ରହିବାକୁ ପଡିଥିଲା

ଚାଷୀ ଯେଉଠି ମଧ୍ଯ ଯେତେ ଅଧିକ ଦରରେ ନିଜ ଉତ୍ପାଦିତ ଫସଲ ବିକ୍ରି କରି ପାରିବ ବୋଲି କେନ୍ଦ୍ର ସରକାରଙ୍କ କୃଷି ନୀତି ସମ୍ପର୍କରେ ନିକଟ ଅତୀତରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ବିଭିନ୍ନ ସଚେତନତା ସଭା ମାଧ୍ୟମ ରେ ପ୍ରଚାର କରିଥିଲେ ହେଲେ ତାହା ମଧ୍ଯ ଚାଷୀ ଙ୍କ ପାଇଁ ଇନ୍ଦ୍ରଧନୁ ସଦୃଶ ହୋଇଛି। ଦେଶରେ ମଦ, ଗଞ୍ଜେଇ ଭଲି ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଥିବା ଲୋକ ସୁବିଧା ରେ ଖସିଯାଉଥିବା ବେଳେ ଧାନ ଫସଲ ଉତ୍ପାଦନ ଓ ବିକ୍ରୟ କରୁଥିବା ଚାଷୀ ଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଉଛି ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ମୁଖିଗୁଡ଼ା ମାର୍କେଟ କମିଟି ଧାନ ମଣ୍ଡି ଗୁଡିକ ଚଳିତ ମାସ 15 ତାରିଖ ରୁ ଆରମ୍ଭ କରିଥିଲେ ହେଁ ସମସ୍ତ ମଣ୍ଡି ସ୍ଵୟଂ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ବିଳମ୍ବିତ ଟୋକନ ବ୍ୟବସ୍ଥା ଚାଷିଙ୍କ ପାଇଁ କାଳ ସାଜିଛି, ବର୍ତ୍ତମାନ ଅମଲ ସରିଥିବା ଚାଷିଙ୍କ ଟୋକନ ଜାନୁଆରୀ ମାସ ରେ ରହୁଛି ଏପରି ସ୍ଥଳେ ସରକାର ଚାଷିଙ୍କ ଧାନ ମହଯୁଦ ପାଇଁ ମଧ୍ଯ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଏତେ ପରିମାଣର ଧାନ କୁ ସଂରକ୍ଷଣ କିମ୍ବା ବଳକା ଧାନ ବିକ୍ରୟ ପାଇଁ ଚାଷୀଙ୍କୁ କି ପ୍ରକାର ନିୟମ ଅନୁସରଣ କରିବାକୁ ପଡିବ ତାହା ବଜାର କମିଟିର ସମ୍ପାଦକ ମଧ୍ଯ କହିପାରୁ ନାହାନ୍ତି, ତାହା ସରକାର ଜାଣିବେ ବୋଲି ନିଜ ମୁଣ୍ଡରୁ ଅଠା ଖସାଉଛନ୍ତି ଅଧିକାରୀ ଜଣକ

ଏ ସମ୍ପର୍କରେ ଆମ ପ୍ରତିନିଧି ଙ୍କ ପ୍ରଶ୍ନ ର ଉତ୍ତର ରେ ଓଡିଶା ର ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ ନାଏକ ଚାଷୀ ମାନଙ୍କୁ ତାଙ୍କ ଉତ୍ପାଦିତ ସାମଗ୍ରୀ ନ୍ୟାୟ ସଙ୍ଗତ ବିକ୍ରୟ ସମୟରେ କୌଣସି ବ୍ୟକ୍ତି କିମ୍ବା କର୍ମଚାରୀ ହଇରାଣ କରିପାରିବେ ନାହିଁ। କେନ୍ଦ୍ର ସରକାର ଏ ସମ୍ପର୍କିତ କୃଷିନୀତି କୃଷକମାନଙ୍କ ହିତ ପାଇଁ ସାଂସଦ ରେ ପାରିତ କରିଛନ୍ତି ବୋଲି କହି ଥିଲେ। କଳାହାଣ୍ଡି ରେ ଚଳିତ ବର୍ଷ ବହୁତ ଭଲ ଧାନ ଫସଲ ହୋଇଛି ତେଣୁ ସରକାର ଧାନ କ୍ରୟ ର ପରିମାଣ ବୃଦ୍ଧି କରି ସରଳୀକରଣ ବ୍ୟବସ୍ଥା ରେ କ୍ରୟ ଅନ୍ୟଥା ଚାଷୀ ମାନଙ୍କୁ କଟକଣା ବିହୀନ ଧାନ ବିକ୍ରୟ ପାଇଁ ଆବଶ୍ୟକୀୟ ଘୋଷଣା କାରିବାକୁ ଚାଷି ମାନେ ଦାବି କରିଛନ୍ତି।

related posts

Leave a Comment