Home Breaking News ରାଇଘର ବିଜୁ ଜନତା ଦଳ ତରଫରୁ ସ୍ବାଗତ ସମ୍ଵର୍ଦ୍ଧନା ଜ୍ଞାପନ

ରାଇଘର ବିଜୁ ଜନତା ଦଳ ତରଫରୁ ସ୍ବାଗତ ସମ୍ଵର୍ଦ୍ଧନା ଜ୍ଞାପନ

by Times One Odia
Share with
     
 
 
   

ରାଇଘର (ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବୋବେଇ ପଞ୍ଚାୟତର ଶୁଆବେଡ଼ା ଠାରେ ସ୍ବାଗତଂ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମେ ପୂର୍ବତନ ତତ୍କାଳୀନ ବିଧାୟକ ସହିଦ ଜଗବନ୍ଧୁ ମାଝୀଙ୍କ ଫୋଟରେ ପୁଷ୍ପମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଅତିଥିମାନେ !ସୂଚନା ଥାଉ କି ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସଭାପତି, ଟାଉନ ସଭାପତି, ଜୋନ ସଭାପତି, ପଞ୍ଚାୟତ ସଭାପତି, ବିଜେଡି ଯୁବ ସଭାପତି, ଛାତ୍ର ସଭାପତି, ଜ଼ିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକଙ୍କୁ ରାଇଘର ବିଜୁ ଜନତା ଦଳ ତରଫରୁ ପୌଡ଼ଉପକଡନ ଏବଂ ଗାମୁଛା ଦେଇ ସମ୍ଵର୍ଦ୍ଧନା ଦିଆଯାଇଥିଲା।

ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ତଥା ବିଜେଡି ଜ଼ିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଉମରକୋଟ ପୂର୍ବତନ ବିଧାୟକ ଶ୍ରୀ ସୁବାଷ ଗଣ୍ଡ, ଜ଼ିଲ୍ଲା ସାଂସଦ ପ୍ରତିନିଧି ଶ୍ରୀ ପ୍ରମୋଦ ପାଢ଼ୀ ତଥା ରାଇଘର ବ୍ଲକର ସମସ୍ତ ସରପଞ୍ଚ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ ଏବଂ ବରିଷ୍ଠ, ଯୁବ ବିଜେଡି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ଶେଷରେ ଅତିଥିମାନେ ମହାମାରୀ କରନାର ସମସ୍ତ ନିୟମକୁ କଡାକଡି ପାଳନ କରିବେ ବୋଲି ମୋତ ଦେଇଥିଲେ ।

related posts

Leave a Comment