Home Breaking News / ତାଜା ଖବର ବନପାଳ କାର୍ଯ୍ୟାଳୟ ଦ୍ଵାରା କାଠ ଚୋର ଗିରଫ

ବନପାଳ କାର୍ଯ୍ୟାଳୟ ଦ୍ଵାରା କାଠ ଚୋର ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲ ଡାବୁଗାଁ ବନାଞ୍ଚଳ ଅଧିନରେଥିବା ମୈଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକଙ୍କ ତତ୍ଵାବଧାନରେ ବନ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ଶୁକ୍ରବାର ସକାଳରେ ଜଙ୍ଗଲରୁ ନେଉଥିବା କାଠ ଚୋରକୁ ଗିରଫ କରିବା,ଟ୍ରାକ୍ଟର ସହ ୧୨୦ ଟି ବଲ୍ହା ଜବତ କରିବା ଘଟଣା ମୈଦଲପୁର ଅଞ୍ଚଳରେ କାଠ ଚୋର ମାନଙ୍କ ପାଇଁ ଏକ ପ୍ରକାର କୋକୁଆଭୟ ସୃଷ୍ଟି କରିଦେଇଛି।ଘଟଣା ରୁ ପ୍ରକାଶ ନୁଅକୋଟ୍ ଗ୍ରାମ ପଂଚାୟତ ର ପୁଝାରୀଗୁଡା ଗ୍ରାମର ହୀରାଧର ମାଝା (୨୮) ବାର୍ଲି ଜଙ୍ଗଲରୁ ଏକ ଟ୍ରାକ୍ଟର ନମ୍ବରOD 24E9704 ଯୋଗେ ୧୨୦ ଟି ଶାଳ ବଲ୍ହା ନିଜ ଘରକୁ ଆଣୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ଖଜୁରୀ ଘାଟି ନିକଟରେ ଗାଡିକୁ ଜବତ କରି ସତ୍ୟାସତ୍ୟ ଜାଣିପାରି ହିରାଧର କୁ ଗିରଫ କରି କାଠ ସହ ଗାଡି କୁ ଜବତ କରି ମାମଲା ରୁଜୁ କରିଥିଲେ।

ପ୍ରଥମେ ବନାଞ୍ଚଳ କାର୍ଯ୍ୟାଳୟ ହାଜତରେ ଆସାମିକୁ ରଖାଯାଇ କାର୍ଯ୍ୟାଳୟ ର କାର୍ଯ୍ୟ ସାରି ହିରାଧର କୁ ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ପରିକ୍ଷା କରାଇ ନେଗେଟିଭ୍ ରିପୋର୍ଟ ଵାହାରିବା ପରେ ଗତକାଲି (ଶୁକ୍ରବାର) ଅପରାହ୍ନରେ କୋର୍ଟ ହାଜତକୁ ପଠାଯାଇଥିଲା।୧୨୦ ଟି ଶାଳ ଗଛର ବଲ୍ହାର ଆନୁମାନିକ ମୂଲ୍ୟ ୧୮ହଜାର ଟଙ୍କା ହେବ ବୋଲି ଜଣା ପଡିଛି।ଏନେଇ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନୀ ଗମାଙ୍ଗଙ୍କ କାର୍ଯ୍ୟାଳୟ ରେ ମାମଲା ନମ୍ବର ୧୭୭/୨୦-୨୧ ରେ ରୁଜୁ ହୋଇଛି।ଉକ୍ତ ଚଢ଼ାଉ ରେ ବନପାଳ ଉମାକାନ୍ତ ପଟ୍ଟନାୟକ, ବାର୍ଲି ବନରକ୍ଷୀ ସୁବ୍ରତ ବବାଲି, ମୈଦଲପୁର ବନରକ୍ଷୀ ରମାକାନ୍ତସାହୁଉମାଶଙ୍କର ନାୟକ,ପ୍ରକାଶ ଶତପଥି,ବୈଦ୍ୟନାଥ ମାଝା, ମଧୁସ୍ମିତା ତ୍ରିପାଠୀ,ଅନିତା ହିଆଲ ପ୍ରମୁଖ ସାମିଲ ରହିଥିଲେ।ଉକ୍ତ ଅଞ୍ଚଳ ଟି ଘୋର ଜଙ୍ଗଲ ମଧ୍ୟରେ ଥିବାରୁ ଏ ଅଞ୍ଚଳ ଚୋର କାଠ ବେପାରୀଙ୍କ ସ୍ୱର୍ଗ ପାଲଟି ଯାଇଛି।ଚଳିତ ବର୍ଷ ଏପର୍ଯ୍ୟନ୍ତ ଚୋରା କାଠ ଚାଲାଣ ମାମଲା ୩ ଟି ରୁଜୁ ହୋଇଛି।

related posts

Leave a Comment