Home Breaking News / ତାଜା ଖବର ପଞ୍ଚାୟତସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ

ପଞ୍ଚାୟତସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): କୋକସରା ବ୍ଲକ ଟେମରାପଞ୍ଚାୟତ, ଟେମରା ବଜାର ପଡିଆ ଠାରେ ପଞ୍ଚାୟତ ସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପ୍ରଧାନୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଟେମରା ସମିତିସଭ୍ୟ ରାଜେନ୍ଦ୍ର ନାଏକ ଙ୍କ ନିବେଦନ ଓ ଶମ୍ଭୁ ଶଙ୍କର ମାଝୀ ଙ୍କ ଆବାହନ କ୍ରମେ ଅନୁଷ୍ଠିତ ସମ୍ମିଳନୀ ସଭା ରେ ସମ୍ମାନୀତ ଅତିଥି ଭାବେ ଟେମରା ସରପଞ୍ଚ ଗୌରୀ ଦଳପତି, ନାରୀନେତ୍ରୀ ତିଳତମା ନାଏକ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରୀ ପୂଝାରୀ, ପ୍ରମୁଖ ଉପସ୍ଥିତ ରହି କଲା ଓ କଳାକାର ଙ୍କ ଉପରେ ମନ୍ତବ୍ୟ ରଖିଥିଲେ l

ଏଥିରେ ପଞ୍ଚାୟତ ସ୍ତରୀୟ ନାମୀ ଦାମୀ କଳାକାର ମାନେ ଯୋଗ ଦେଇ ଲକଡାଉନ ଯୋଗୁଁ କଲାପ୍ରଦର୍ଶନ ଓ ଜୀବିକା ନିର୍ବାହ ପାଇଁ ଦେଖା ଦେଉଥିବା ସମସ୍ୟା ଉପରେ ଆଲୋକ ପାତ କରି ବୟସଧିକ୍ୟ ଓ ସମସ୍ତ ଯୋଗ୍ୟତା ଥାଇ ସରକାର ଙ୍କ କଳାକାର ଭତ୍ତା ରେ ସାମିଲ ନ ହେବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ l

related posts

Leave a Comment