Home Breaking News / ତାଜା ଖବର ଏ ଜନ୍ମ ଏଇଠି ସରୁ: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ଏ ଜନ୍ମ ଏଇଠି ସରୁ: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୋରଡ଼ା ଥାନା ମାଳିହତା ଗ୍ରାମ ର ଶିବପ୍ରସାଦ ମହାନ୍ତ କୁରାଢୀ ରେ ପିଡି ସ୍ତ୍ରୀଙ୍କୁ ହତ୍ୟା କଲା । କିଛି ଦିନ ହେବ ଶିବପ୍ରସାଦ ଏପଟ ସେପଟ କଥା ବାର୍ତ୍ତା କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାରର ସଦସ୍ୟ । ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ଥାଏ ଶିବପ୍ରସାଦ । ନିଶାସକ୍ତ ସହିତ ମାନସିକ ଭାରସାମ୍ୟ ହରାଇ କୁରାଢ଼ୀ ରେ ଛେଚି ନୃଶଂସ ଭାବେ ହତ୍ୟା କଲା ସ୍ତ୍ରୀ ପାର୍ବତୀ କୁ ଶିବପ୍ରସାଦ । ସ୍ତ୍ରୀ କୁ ନୃଶଂସ ଭାବେ ହତ୍ୟା କରିବା ଭଳି ଘଟଣା ଆଜି ବିଳମ୍ବିତ ରାତି ପ୍ରାୟ ଦୁଇଟାରେ ଘଟିଛି।

ପାର୍ବତୀ ମହାନ୍ତ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହତ୍ୟାକାରୀ ଶିବପ୍ରସାଦ ମହାନ୍ତ (୫୨)। ଶିବପ୍ରସାଦ ଙ୍କ ପୁଅ ବସନ୍ତ କୁମାର ମହାନ୍ତ ରାତିରେ ଶଦ୍ଦ ଶୁଣି ଦେଖିଲା ବେଳକୁ ବାପା କୁରାଢୀ ଧରି ତା ମା କୁ ଆକ୍ରମଣ କରିଚାଲିଥିଲେ । ପରେ ପୁଅ ବସନ୍ତ କାକା ,ଜେଜେମା ଡାକିବା ସହିତ ପାଖ ପଡୋଶୀ କୁ ଡାକି ଥିଲେ । ସମସ୍ତଙ୍କୁ ଦେଖି ଶିବପ୍ରସାଦ ଗୋଟିଏ କଠୋରୀ ପଶିଗଲେ । ପରେ ସ୍ଥାନୀୟ ଲୋକମାନେ ମୋରଡା ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଶିବପ୍ରସାଦ ମହାନ୍ତ ଙ୍କୁ ପୋଲିସ ନିଜ ଆୟତ୍ତକୁ ନେଇ ଅଟକ ରଖିଛି।

related posts

Leave a Comment