Home Breaking News / ତାଜା ଖବର ଗ୍ରାମ୍ୟ ବିକାଶ ସଂଗଠନର ୨୮ତମ ଜନ୍ମ ଦିବସ ପାଳିତ

ଗ୍ରାମ୍ୟ ବିକାଶ ସଂଗଠନର ୨୮ତମ ଜନ୍ମ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଗ୍ରାମ୍ୟ ବିକାଶ ସଂଗଠନର ୨୮ତମ ଜନ୍ମ ଦିବସରେ ୫ଟି ଦୀପ ଜାଳି ଦେଶ ର୍ ମଙ୍ଗଳ ନିମନ୍ତେ ପ୍ରର୍ଥନା ଜଣାଇଥିଲେ। ଏ ବର୍ଷ କରୋନା ପାଇଁ ଦେଶ ସଙ୍କଟ ମୟ ସମୟ ଦେଇ ଗତି କରୁ ଥିବାରୁ ସଭା ସମିତି ସମରୋହରୁ ନିବୃତ ରହିବାକୁ ନିଷ୍ପତି କରାଯାଇଛି,ଗ୍ରାମ୍ୟ ବିକାଶ ସଂଗଠନ ର କର୍ମକର୍ତା ଯିଏ ଯେଉଁଠି ନିଜ କର୍ମ ସ୍ଥଳରେ ରହି ୫ ଟି ଦୀପ ପ୍ରଜ୍ଵଳନ କରି ଅନୁଷ୍ଟାନର ଜନ୍ମତିଥିକୁ ନିରାଡମ୍ବର ଭାବେ ପାଳନ କରିବା।

ପ୍ରଥମ ଦୀପଟି ଦେଶର ବିକାଶ ଏବଂ ବୀର ଜବାନମାନଙ୍କ ସ୍ମୃତିରେ,ଦ୍ୱିତୀୟ ଦୀପ ଟି କୃଷି ଓ କୃଷକ ମାନଙ୍କ ହିତରେ,ତୃତୀୟ ଦୀପା ଟି କରୋନ ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ଉଦେଶ୍ଯ ରେ,୪ର୍ଥ ଦୀପଟି ସଚ୍ଚୋଟ୍ ଓ କର୍ମନିଷ୍ଟ କର୍ମ ଚାରୀ ଓ ବ୍ୟକ୍ତି ଵିଶେଷଙ୍କ ଉଦେଶ୍ୟ ରବ,୫ମ ଦୀପା ଟି ଅନୁଷ୍ଠାନ ଏବଂ ଏହାର କର୍ମଚାରୀ ମାନଙ୍କ ନିରାମୟ ଓ ମଙ୍ଗଳ ପ୍ରାର୍ଥନା କରିବା ସହ ସମସ୍ତ କର୍ମଚାରୀ ସନ୍ମାନନିୟ ଅଧିକାରୀ, ଯେଉଁ ମାନଙ୍କ ସହଯୋଗ ସହୟତାରେ ଅନୁଷ୍ଠାନ ଏହି ସ୍ଥାନରେ ପହଂଚି ପାରିଛି,ବନ୍ଧୁ,ଶୁଭେଛୁ,ପୂର୍ବତନ କର୍ମଚାରୀ,ପୂର୍ବ ପରିଚାଳନା କମିଟି ସଦସ୍ୟ ବନ୍ଧୁ ମାନଙ୍କୁ ଏଇ ପବିତ୍ର ତିଥିରେ ସ୍ମୃତି କୁ ମନେ ପକାଇ ଅନୁଷ୍ଟାନ ପରିଚାଳନା କମିଟି ସମସ୍ତ ଙ୍କୁ କ୍ରୁତଙ୍ଗ୍ୟତା ଅର୍ପଣ କରୁଛି।

ସମସ୍ତ କର୍ମଚାରୀ ମାନଙ୍କ କଠିନ ପରିଶ୍ରମ,ଭଲ ପାଇବା ଏବଂ ସେବା ମନୋବ୍ରୁତି ପାଇଁ ଉକ୍ତ ଅନୁଷ୍ଠାନ ଏହି ଜିଲ୍ଲା ତଥା ପଡୋଶୀ ଜିଲ୍ଲା ମାନଙ୍କରେ ସୁନାମ ଅର୍ଜନ କରି ପାରିଛି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜିର ତିଥିରେ ଜଣାଉଛି ଉକ୍ତ ଅନୁଷ୍ଠାନ। ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ କୋଭିଡ୍ ନିୟମ ପାଳନ କରି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ବନ କରି ପାଳନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ ବନଞ୍ଚଳ ଅଧିକାରୀ ସେତୁ ରଞ୍ଜନୀ ଗମାଙ୍ଗ,ବନପୀଳ ଲକ୍ଷ୍ମିକାନ୍ତ ସାହୁ,ଗ୍ରାମ ବିକାଶ ସଂଗଠନ କର୍ମକର୍ତା କୃପାଦାସ ମହୁରିଆ ଓ ହରିହର ନାୟକ,ଡାଟା ଏଣ୍ଟ୍ରି ଅପରେଟର ଶିବାନୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।ଫଟୋ ପଠାଇଲି।

related posts

Leave a Comment