Home ମନୋରଞ୍ଜନ ପ୍ରଥମ ଥର ପାଇଁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଶିବାରୁଦ୍ରା ଫିଲ୍ମର ଶୁଭ ମହୁରତ

ପ୍ରଥମ ଥର ପାଇଁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଶିବାରୁଦ୍ରା ଫିଲ୍ମର ଶୁଭ ମହୁରତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ବ୍ରହ୍ମପୁରର ପିଲାକୁ ନେଇ ପ୍ରଥମ ଥର ପାଇଁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଶିବାରୁଦ୍ରା ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। କୋରନା କଟକଣା ଯୋଗୁଁ ବହୁ ଦିନ ଧରି ବନ୍ଦ ହୋଇ ରହିଥିବା ମହୁରତ ସ୍ଥାନୀୟ ମୋତି ହୋଟେଲ ଠାରେ ଓଡ଼ିଆ ଫିଲ୍ମ ଶିବାରୁଦ୍ରା ର ଶୁଭ ମୁହୂର୍ତ୍ତ ଆରମ୍ଭ ହେଲା।

ଏହି ଅନୁଷ୍ଠିତ ମୁହୂରତ କାର୍ଯ୍ୟକ୍ରମରେ ପ୍ରୟୋଜକ ଦୀପକ କୁମାର ରାଓ , ସହ ନିର୍ଦେଶକ ଶିବା ସତ୍ୟମ୍ , ସଙ୍ଗୀତ ନିର୍ଦେଶକ ଜି. କେ କାର୍ତିକେୟାନ ଓ ଡି.ଓ.ପି ଖୁସି ରେଡ଼ି ଦାଶରଥ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଆ ଚଳଚିତ୍ର ଜଗତର ଅଭିନେତା ଶ୍ରୀତମ ଦାସ ଯୋଗଦେଇ ଥିଲେ।

ଏହି ଶୁଭ ମୁହୁରୁତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ସନ୍ନମାନିତ ଅତିଥିଭାବେ ପୁର୍ବତନ କର୍ପୋରେଟର ଆର . ମୁରଲୀ ମୋହନ, ଜଗଦୀଶ ପାତ୍ର ରହି ସଫଳତା କାମନା କରିଥିଲେ। ସବୁ ଠୁଁ ବଡ଼ କଥା ହେଲା ଏହା ପ୍ରଥମ ଥର ପାଇଁ ବ୍ରହ୍ମପୁର ର ପିଲା କୁ ନେଇ ଏହି ଫିଲ୍ମ ଟି ହୋଇଛି ଯାହା ଦୁଇଟି ଭାଷା ରେ ରିଲିଜ ହେବା କୁ ଯାଉଛି। ଏହା ଆମ ବ୍ରହ୍ମପୁର ପାଇଁ ଏକ ଖୁସିର କଥା। ଏହା ସଫଳ ହେବା ପାଇଁ ସମସ୍ତଙ୍କ ଆଶ୍ରିବାଦ କାମନା କରୁଛନ୍ତି ହିରୋ ରାଜନ୍ ଯାଦବ।

related posts

Leave a Comment