Home Breaking News / ତାଜା ଖବର ହୋଲଡିଂ ଟିକସ ବୃଦ୍ଧି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ହୋଲଡିଂ ଟିକସ ବୃଦ୍ଧି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟ୍ଟନାୟକ): ଫୁଲବାଣୀ ପୌର ପରିଷଦର ହୋଲଡିଂ ଟିକସ ଓ ସେବା କର ବୃଦ୍ଧି କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ୱାର୍ଡ ରେ ନୋଟିସ ଟଙ୍ଗା ଯାଇଥିବା ଦେଖି ଏହି ବେଆଇନ ବର୍ଦ୍ଧିତ ଟିକସ ବୃଦ୍ଧି ନ କରିବା ପାଇଁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।

ଅଭିଯୋଗ ପାଇଁ ୬୦ଦିନ ସମୟ ମଧ୍ୟରୁ ଏକ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଡେଙ୍ଗୁରା କିମ୍ବା ମାଇକ ଯୋଗେ ପ୍ରଚାର କରାଯାଇନାହିଁ।ଦଶ ବର୍ଷ ହେବ ଫୁଲବାଣୀ ପୌର ପରିଷଦ ଅନ୍ୟ ପୌରାଞ୍ଚଳ ଭଳି ମାନଦଣ୍ଡ ପୂରଣ କରି ଜନ ସାଧାରଣ ଙ୍କ ସୁବିଧା ପାଇଁ ଆଖିଦୃଶିଆ ପ୍ରକଳ୍ପ ହାତକୁ ନିଆଯାଇନାହିଁ। ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ଅବ୍ୟବସ୍ଥିତ ଜମିଜମାର ସମାଧାନ ପାଇଁ ପ୍ରଶାସନିକ ଇଛାଶକ୍ତି ଥିବା ପରିଲକ୍ଷିତ ହେଉନାହିଁ।ସ୍ୱରେଜ, ଡ୍ରେନଜ, ପରିମଳ, ଚିତ୍ତ ବିନୋଦନ, ସ୍ୱାସ୍ଥ୍ୟ, ବିଜୁଳି ,ପାନୀୟ ଜଳ,ରାସ୍ତାଘାଟ,ପାର୍କିଂ, ଲାଇବ୍ରେରୀ, ଅଡିଟୋରିଅମ,ଖେଳପଡିଆ ଓ ମନୋରଞ୍ଜନ ଇତ୍ୟାଦିପାଇଁ ସହରରେ ଅତ୍ୟାବଶ୍ୟକ ସୁବିଧା ମିଳୁନାହିଁ।କୌଣସି ସୁବିଧା ନ ଦେଇ ସହରୀ ବିକାଶ ବିଭାଗ ପକ୍ଷରୁ ସହରର ଅଧବାସୀଙ୍କ ଉପରେ ବେଆଇନ ଭାବେ ଆସନ୍ତା ଜାନୁୟାରୀ ମାସରୁ ଦଶ ଗୁଣା ବର୍ଦ୍ଧିତ ଦରରେ ହୋଲଡିଂ ଟିକସ ଆଦାୟ କରରାଯିବା ଅଗଣତାନ୍ତ୍ରିକ ଓ ବେଆଇନ।

ବାରମ୍ବାର ଦାବୀ ସତ୍ତ୍ଵେ୫୦/୬୦ବର୍ଷ ରୁ ଅଧିକ ବର୍ଷ ଧରି ନିରବଛିନ୍ନ ବାସ କରି ଆସୁଥିବା ଲୋକଙ୍କୁ ଘର ଡିହ ପଟ୍ଟା ପ୍ରଦାନ ପାଇଁ ସରକାର ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବରଂ ଲୋକଙ୍କୁ ଶୋଷଣ କରିବା ପାଇଁ ସେମାନଙ୍କ ଉପରେ ଶହେ ଗୁଣାରୁ ଅଧିକ ସେବା କର ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି। ଫୁଲବାଣୀ ପୌର ପରିଷଦରେ ଭିତ୍ତିଭୂମି ର ବିକାଶ ନ କରି ଓ ଜମିଜମା ସମସ୍ୟାର ସମାଧାନ ପୂର୍ବରୁ ବେଆଇନ ଟିକସ ବୃଦ୍ଧିକୁ କମିଟି ପକ୍ଷରୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରାଯାଇଛି। ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ର ପୂନଃବିଚାର କରି ବଦ୍ଧିତ ଟିକସ ଆଦାୟ ବନ୍ଦ ନ କଲେ ଆଗାମୀ ଦିନରେ ସହରବାସୀ ଜିଲା ବନ୍ଦ କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ। ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବେ ପ୍ରଦାନ କରାଯାଇଛି।

related posts

Leave a Comment