Home Breaking News / ତାଜା ଖବର “ଚାଇଲ୍ଡଲାଇନ୍ ସେ ଦୋସ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ

“ଚାଇଲ୍ଡଲାଇନ୍ ସେ ଦୋସ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): କନ୍ଧମାଳ ଚାଇଲ୍ଡଲାଇନ୍ ତରଫରୁ ରତଙ୍ଗ ଗ୍ରାମପଞ୍ଚାୟତର ମାଶିରିପଡାଗ୍ରାମ ଠାରେ କୋଭିଡ-୧୯ ନିୟମ ଅନୁସାରେ “ଚାଇଲ୍ଡଲାଇନ୍ ସେ ଦୋସ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବିନ୍ଦ୍ରକୁମାର ପଣ୍ଡା ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଫିରିଙ୍ଗିଆ ସିଡିପିଓ ତଥା ବାଲ୍ୟବିବାହ ନିଷେଧ ଅଧିକାରୀଣୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ସମ୍ମାନୀତ ଅତିଥି ରତଙ୍ଗ ସରପଞ୍ଚ ଶ୍ରୀଯୁକ୍ତ କୁଞ୍ଜବନ ମଲ୍ଲିକ,ସମାଜମଙ୍ଗଳ ଅଧିକାରୀଣୀଙ୍କ ପ୍ରତିନିଧି ଶ୍ରୀମତୀ ସ୍ବାତୀତନୟା ମିଶ୍ର,ସୁପରଭାଇଜର ର୍ବୈଜୟନ୍ତି ମଲ୍ଲିକ, ମହିଳା ସ୍ବାସ୍ଥ୍ୟକର୍ମୀ ଝିଲି ନାୟକ,ଫିରିଙ୍ଗିଆ ଥାନା ତରଫରୁ ଏସ୍ଆଇ ଶ୍ରୀଯୁକ୍ତ ଉଦ୍ଦେଶ୍ବର ଅାଚାର୍ଯ୍ୟ, ଗ୍ରାମ ମୁଖିଆ କନେଶ୍ବର ମଲ୍ଲିକ,ଓ୍ବାର୍ଡ ସଭ୍ୟ କେରେ କହଁର,ଅଙ୍ଗନ ଓ୍ବାଡି କର୍ମୀ ବସୁମତି ମଲ୍ଲିକ,ଗ୍ରାମର ସ୍ବୟଂ ସହାୟକ ଦଳର ସଭ୍ୟା ଓ ଗ୍ରାମବାସୀ ଓ କିଶୋରୀବାଳିକା ମାନେ ଉପସ୍ଥିତ ଥିଲେ। ପ୍ରଥମେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।ସଭା ପ୍ରାରମ୍ଭ ରେ କିଶୋରୀବାଳିକା ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ, ଟିମ୍ ମେମ୍ବର ଶିବଶଙ୍କର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ,ଚିକୁନ କୁମାର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ,ଚାଇଲ୍ଡଲାଇନ୍ ର କେନ୍ଦ୍ର ସଂଯୋଯିକା ରଞ୍ଜିତା କମ୍ପ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ।ଅତିଥି ମାନେ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କୀତ ସଚେତନତା ଅଂଶଗ୍ରହଣକାରୀଙ୍କୁ ବକ୍ତବ୍ୟରେ ସୁଚନା ପ୍ରଦାନ କରିଥିଲେ।

ଏହାପରେ ଶିଶୁମାନେ ଅତିଥିମାନଙ୍କୁ ସୁରକ୍ଷାର ଡୋରି ବାନ୍ଧିଥିଲେ ଏବଂ ଗ୍ରାମରେ ଶିଶୁମାନଙ୍କ ଶିକ୍ଷା, ଯତ୍ନ ଓ ସୁରକ୍ଷାରେ ଉନ୍ନତି ଘଟିଛି ଓ ୧ବର୍ଷ ହେଲା ଗ୍ରାମରେ କୌଣସି ବାଲ୍ୟବିବାହ ହୋଇନାହିଁ, ତେଣୁ ଗ୍ରାମବାସୀ ଓ ଶିଶୁମାନଙ୍କ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ଦାବୀ ଆସୁଥିଲା।ତେଣୁ ଦୋସ୍ତି କାର୍ଯ୍ୟକ୍ରମ ଅବସରେ ଗ୍ରାମକୁ ସଂପୁଣ୍ଣ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା ଓ ଗ୍ରାମର ଇଷ୍ଟ ଦେବୀ ମା ପିତାବଳୀଙ୍କୁ ସାକ୍ଷୀରଖି ସମବେତ ଭାବେ ଶପଥପାଠ କରାଯାଇଥିଲା ।ଶେଷରେ ପ୍ରତିଯୋଗିତାର କୃତି ପ୍ରତିଯୋଗିଙ୍କୁ ପୁରଷ୍କୃତ କରାଯାଇଥିଲା । ଚାଇଲ୍ଡଲାଇନ୍ ର ଟିମ୍ ମେମ୍ବର ଅନୁପକୁମାର ସାହୁ ଓ ରାଜଲକ୍ଷ୍ମୀ ମହାକୁଡ ପ୍ରତିଯୋଗିତା ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମରେ ଟିମ୍ ମେମ୍ବର ଦିଲ୍ଲିପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

related posts

Leave a Comment