Home Breaking News / ତାଜା ଖବର ପୁଣି ଚର୍ଚ୍ଚାରେ ଆଉ ଜଣେ ଟ୍ରାଫିକ ପୋଲିସ ପ୍ରିୟଙ୍କା

ପୁଣି ଚର୍ଚ୍ଚାରେ ଆଉ ଜଣେ ଟ୍ରାଫିକ ପୋଲିସ ପ୍ରିୟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଆଜି ସୋସିଆଲ ମିଡିଆରେ ଛାଇ ରହିଛି ଏଇ ଗୋଟିଏ ଫଟୋ । ସବୁଠି ଗୋଟିଏ କଥା , ଟ୍ରାଫିକ୍ ପୋଲିସ ପ୍ରିୟଙ୍କା ଦେଖାଇଲେ ମାନବିକତା । ଡ୍ୟୁଟିରେ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ କଲେ ପ୍ରାଥମିକ ଚିକିତ୍ସା । ସୂଚନା ଅନୁସାରେ ରାଜଧାନୀର ଜାଭିୟର ଛକ ନିକଟରେ ମହିଳା ଜଣେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ପାଦରେ ଲାଗିଥିଲା ଜଖମ ।

ଏହାକୁ ଦେଖିବା ମାତ୍ରେ ଟ୍ରାଫିକ ଡ୍ୟୁଟିରେ ଥିବା ପ୍ରିୟଙ୍କା ଆଗେଇ ଆସିଲେ । ନିଜ ହାତରେ ଆହତ ମହିଳାଙ୍କ ଫାଷ୍ଟେଡ୍ ଲଗାଇ ପଟି ବାନ୍ଧିଦେଲେ । ପାଖରେ ଥିବା ଦେଖଣାହାରୀ ଟ୍ରାଫିକ୍ ପୋଲିସର ଏହି ମାନବିକତାର କାମକୁ ଫଟୋ ଉଠାଇ ନେଇଥିଲେ । ସୋସିଆଲ ମିଡିଆରେ ଏହା ପୋଷ୍ଟ ହବା ପରେ ସବୁଠି ଗୋଟିଏ କଥା ସାବାସ୍ ପ୍ରିୟଙ୍କା ।

ହାଜତ ମୃତ୍ୟୁକୁ ନେଇ ପୁରୀରୁ ସୁନ୍ଦରଗଡ ପୋଲିସକୁ ସାଧାରଣ ଲୋକ ନିନ୍ଦା କରୁଥିବା ବେଳେ , ରାଜଧାନୀରେ ନିଜ ମହତ କାମ ପାଇଁ ଟ୍ରାଫିକ୍ ପୋଲିସ୍ ପ୍ରିୟଙ୍କା ପ୍ରଶଂସା ସାଉଁଟିଛନ୍ତି ।

related posts

Leave a Comment