Home Breaking News / ତାଜା ଖବର ଅବହେଳିତ ଅବସ୍ଥାରେ ସପାନଳା ଜଳ ପ୍ରପାତ

ଅବହେଳିତ ଅବସ୍ଥାରେ ସପାନଳା ଜଳ ପ୍ରପାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା(ପ୍ରମୋଦ ଦଣ୍ଡସେନା): ଅବହେଳିତ ସାପନଳା ଜଳ ପ୍ରପାତ l ପର୍ଯ୍ୟଟନ ବିଭାଗର ଦୃଷ୍ଟି ପଡିବ କେବେ? ବାଲିଗୁଡା – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳ l ଏଠାକାର ସୁଉଚ୍ଚ ପାହାଡ଼ ନଦୀ ଝରଣା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି l ପର୍ଯ୍ୟଟନ ମାନଚିତ୍ରରେ କନ୍ଧମାଳ ଜ଼ିଲ୍ଲା ରହିଛି କିନ୍ତୁ ଅନେକ ଛୋଟ ବଡ଼ ଜଳ ପ୍ରପାତ ପ୍ରତି ପ୍ରଶାସନର ଏଯାଏଁ ଦୃଷ୍ଟିପଡିନି ରାଜନୈତିକ ଇଛା ଶକ୍ତିର ଅଭାବରୁ ଜ଼ିଲ୍ଲାର ପର୍ଯଟନ ବିକାଶରେ ବାଧକ ପରିଲକ୍ଷିତ ହେଉଛି ଓଡିଶାର ବଡ଼ ସବଡ଼ିଭିଜନ ବାଲିଗୁଡା କୋଟଗଡ ତୁମୁଡିବନ୍ଧ କ ନୂଆଗାଁ ବ୍ଲକରେ ଅନେକ ଜଳ ପ୍ରପାତ ରହିଛି କିନ୍ତୁ ପ୍ରଶାସନର ଏଯାଏଁ ନଜର ପଡିନି l

ବାଲିଗୁଡା ସହର ଠାରୁ ମାତ୍ର 28 କିଲୋମିଟର ଦୂରବର୍ତ୍ତୀ ଡାକାସିଂ ଗାଁରେ ରହିଛି ସାପନଳା ଜଳପ୍ରପାତ ଏହି ଜଳ ପ୍ରପାତର ଶୋଭାରାଜି ଅତି ନିକଟରୁ ଦେଖିବାକୁ ଛୁଟି ଆସନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକ l ଡିସେମ୍ବର ମାସରୁ ଆରମ୍ଭକରି ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ଜମେ l ବଣଭୋଜି ପାଇଁ ଏହାଏକ ପ୍ରକୋଷ୍ଠ ସ୍ଥାନ l ଔଷଧିୟ ବୃକ୍ଷରାଜିର ସୁଗନ୍ଧ ମୁକ୍ତବାୟୁ ସୋରିଷ ଫୁଲର ମନଲୋଭା ସୌନ୍ଦର୍ଯ୍ୟ ଆଗନ୍ତୁକ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି କିନ୍ତୁ ସାପନଳା ଜଳ ପ୍ରପାତର ଆନୁସଙ୍ଗିକ ବ୍ୟବସ୍ଥା କିଛିନାହିଁ l ଜଳ ପ୍ରପାତକୁ ଯିବାକୁ ରାସ୍ତାଟିଏ ନାହିଁ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ନାହିଁ l ଜଳ ପ୍ରପାତର ବିକାଶହେଲେ କନ୍ଧମାଳର ପର୍ଯଟନର ବିକାଶ ହୁଅନ୍ତା ଓ କନ୍ଧମାଳର ଆର୍ଥିକ ଅଭିବୃଦ୍ଧି ହୁଅନ୍ତାବୋଲି ବୁଦ୍ଧିଜିବି ମତବ୍ୟକ୍ତ କରିଛନ୍ତି ଏବଂ ଏହାର ନିର୍ମାଣ ସହ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ଶୀଘ୍ର କରିବାକୁ ପୂର୍ଵତନ ବାଲିଗୁଡା ବିଧାୟକ କରେନ୍ଦ୍ର ମାଝୀ ଦୃଢଦାବୀ କରିଛନ୍ତି l

related posts

Leave a Comment