Home Breaking News / ତାଜା ଖବର ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କୋକସରା ଶାଖା ପକ୍ଷରୁ ୧୦ ଦଫା ଦାବି ପ୍ରଦାନ

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କୋକସରା ଶାଖା ପକ୍ଷରୁ ୧୦ ଦଫା ଦାବି ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): ରାଷ୍ଟ୍ରୀୟ ଆଦିବାସୀ ଏକଦା ପରିଷଦ କୋକସରା ବ୍ଲକ ଶାଖା ପକ୍ଷରୁ ଆଜି ବିିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବ୍ଲକ ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ବ୍ଲକ ସଭାପତି ଉପେନ୍ଦ୍ର ଶବର ଙ୍କ ନେତୃତ୍ୱ ଓ ଭାରତ ମୁକ୍ତିମୋର୍ଚ୍ଚା କାର୍ଯ୍ୟକାରୀ ସଭାପତିଦୁର୍ୟୋଧନ ଜାଲ ଙ୍କ ଅଧ୍ୟକ୍ଷତା ରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ 10 ଦଫା ସମ୍ବଳିତ ଏକ ଦାବିପତ୍ର ତହସିଲଦାର କୋକସରା ଙ୍କୁ ପ୍ରଦାନ କରାଗଲା l

ଦାବି ପ୍ରକାରେ, ଆଦିବାସୀମାନଙ୍କର ପରିଚୟ ସମାପ୍ତ କରିବାକୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ସେଠାରୁ ନିବୃତ୍ତ ରହିବା, ବିକାଶ ନାମରେ ଆଦିବାସୀମାନଙ୍କର ବିସ୍ଥାପନ, ଲୋଭ ଦେଖାଇ ଆଦିବାସୀମାନଙ୍କର ସମ୍ପତ୍ତିକୁ ସମାପ୍ତ କରିବାର ଷଡ଼ଯନ୍ତ୍ର, ଆଦିବାସୀଙ୍କ ବିରୋଧରେ ନକଲି ଓ ମିଥ୍ୟା ମାମଲା, ଭୂ-ମାଫିଆଙ୍କ ମାଧ୍ୟମରେ ଆଦିବାସୀମାନଙ୍କ ପ୍ରତି ହେଉଥିବା ଷଡ଼ଯନ୍ତ୍ର, ଲକ୍‍ଡ଼ାଉନ୍‍ ସମୟରେ ଲୋକଙ୍କର ମୌଳିକ ଅଧିକାର ଉଲ୍ଲଂଘନ, ଆଦିବାସୀଙ୍କୁ ନକ୍ସଲାଇନଟ୍‍ ଭାବରେ ଘୋଷଣା କରିବାର ଷଡ଼ଯନ୍ତ୍ର ଠାରୁ ନିବୃତ୍ତି ରହିବାକୁ କୁହାଯିବା ସହିତ ଓ ଆଦବାସୀମାନେ ବନବାସୀ ନୁହନ୍ତି ଭଳି ବିିିଭିନ୍ନ ଦାବି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି l

ଏହି ଅବସରରେ ବହୁଜନ ମୁକ୍ତିପାର୍ଟି ର କାର୍ଯ୍ୟକାରୀ ସଭାପତି ନିର୍ମଳ ଜାଲ, ଶବର ସମାଜ ର ଉପସଭାପତି କୁମ ଶବର, କାର୍ଯ୍ୟକର୍ତା ବିଦ୍ୟାଧର ଶବର, ଗଣ୍ଡ ସମାଜ ର ନିରଞ୍ଜନ ମାଝୀ, ହୀରାଲାଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

related posts

Leave a Comment