Home Breaking News / ତାଜା ଖବର ବିପଦ ସଙ୍କୁଳ ପୋଲ: ବିଭାଗୀୟଙ୍କ ନିଘା ନାହିଁ

ବିପଦ ସଙ୍କୁଳ ପୋଲ: ବିଭାଗୀୟଙ୍କ ନିଘା ନାହିଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଭଙ୍ଗା ପୋଲରେ ଜୀବନ ଯାତ୍ରା l କେତେବେଳେ ବି ଘଟିପାରେ ଦୁର୍ଘଟଣା l ଅସହାୟ ମଣିଷ ଯାତ୍ରା କରୁଛି ସେଇ ପୋଲରେ l ହେଲେ ବିଭାଗୀୟ ଅଧିକାରୀ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦରେ l ହୁଏତ ନିଦ ଭାଙ୍ଗିବା ବେଳକୁ ଘଟି ଯାଇପାରେ ଅଘଟଣ l ଆମେ କହୁଛୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣିକେଶ୍ଵରୀ ପଞ୍ଚାୟତର ମୁଖ୍ୟ ରାସ୍ତା ପାଟଳିପାଙ୍ଗାର ଏହି ଭଗ୍ନ ପୋଲ ସମ୍ପର୍କରେ । ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ପୋଲଟି ପ୍ରାୟ ଏକ ବର୍ଷ ହେବ ଭାଙ୍ଗି ଗଲାଣି । ଏହି ରାସ୍ତାଟି ପଞ୍ଚାୟତ ସହ ରାଇକିଆ ସହରକୁ ସଂଯୋଗ କରୁଥିବା ବେଳେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଲୋକଙ୍କ ଯିବାଆସିବା କରୁଥିବା ବେଳେ ସାଇକେଲ,ବାଇକ୍, ଅଟୋ ଚଳାଚଳ କରୁଛି। ଏହି ପୋଲ ଭାଙ୍ଗିବା ଯୋଗୁଁ ଲୋକଙ୍କ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନେବା ସମୟରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା କୁହନ୍ତି ଗ୍ରାମବାସୀ l

ଏନେଇ ଗ୍ରାମବାସି ବାରମ୍ବାର ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନଙ୍କୁ ଅବଗତ କରିଛନ୍ତି ।ଏହା ଦେଖିବା ପାଇଁ ସେହି ସ୍ଥାନକୁ ବିଡ଼ିଓ ଓ ସରପଞ୍ଚ ଯାଇ ଗ୍ରାମ ଲୋକଙ୍କ ସହ ଆଲୋଚନା କରି ଏହା ଗ୍ରାମ୍ୟ ନିର୍ମାଣ (ଆରଡ଼ି) ଅଣ୍ଡରେ ଯାଉଥିବା କହିଛନ୍ତି।ଏ ବିଷୟ ନେଇ ବିଭାଗୀୟ ଅଧିକାରୀଙ୍କୁ ପଞ୍ଚାୟତ ଓ ବ୍ଲକ୍ ପକ୍ଷରୁ ସୂଚନା ଦିଆଯାଇଛି।ଏବେ ସେହି ଗ୍ରାମର ଲୋକେ ଭୟଭୀତ ହୋଇ ରହିଛିନ୍ତି।କେତେ ବେଳେଯେ ସେଠାରେ ବଡ଼ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ।ଏବେ ଦେଖିବାକୁ ରହିଲା କେବେ ବିଭାଗୀୟ ଅଧିକାରୀଙ୍କ ଏହି ବିପଦପୂର୍ଣ୍ଣ ପୋଲ ଉପରେ ଦୃଷ୍ଟିପଡିବ ଏବଂ କାର୍ଯ୍ୟ ଆରମ୍ଭ ହେବ।

related posts

Leave a Comment