Home Breaking News / ତାଜା ଖବର ବିହାର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେୱାଲାଲ ଚୌଧୁରୀ

ବିହାର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେୱାଲାଲ ଚୌଧୁରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିହାର: ବିହାରରେ ଶିକ୍ଷାମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ଦୁର୍ନୀତି ଅଭିଯୋଗ । ଶେଷରେ ୩ ଦିନରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୂଆକରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ମେୱାଲାୱ ଚୌଧୁରୀ । ବିହାର କୃଷି ବିଶ୍ବବିଦ୍ୟାଳୟର ଭିସି ଥିବା ସମୟରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଏବେ ଶିକ୍ଷାମନ୍ତ୍ରୀ ଭାବେ ଗତ ୧୬ ତାରିଖରେ ଶପଥ ଗ୍ରହଣ କରିବା ପରେ ତାଙ୍କର ଇସ୍ତଫା ନେଇ ବିରୋଧୀ ସ୍ବର ଜୋର କରିଥିଲେ । ଶେଷରେ ମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ୭୨ ଘଂଟାରେ ଇସ୍ତଫା ଦେଇଛନ୍ତି ମେୱାଲାଲ ।

ଘଟଣା ନେଇ ମେୱାଲାଲ ସଫେଇ ରଖି କହଛନ୍ତି ଆଇନ ଅନୁସାରେ ନା ମୋ ନାମରେ ଚାର୍ଜସିଟ୍ ହୋଇଛି ନା କୋର୍ଟ ମୋ ନାମରେ ଏତଲା ହୋଇଛି । ସେପଟେ ଏହି ମାମଲାରେ ଆରଜେଡି ନୀତିଶ ଦୁର୍ନୀତି ଖୋରଙ୍କୁ ସଜା ଦେବା ବଦଳରେ ମନ୍ତ୍ରୀମଣ୍ଡଳରେ ପଦ ଦେଇ ତାଙ୍କୁ ସମ୍ମାନୀତ କରୁଛନ୍ତି । ଚାରିଆଡୁ ବିରୋଧ ତେଜିବା ପରେ ଶେଷରେ ମନ୍ତ୍ରୀମଣ୍ଡଳରୁ ଦାଗୀ ମନ୍ତ୍ରୀଙ୍କୁ ବିଦା କରିଛନ୍ତି ନୀତିଶ କୁମାର।

related posts

Leave a Comment