Home Breaking News / ତାଜା ଖବର ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ଅଙ୍ଗନବାଡି କର୍ମୀ ନବଦଳିବା ଯାଏଁ ପିଲାଙ୍କୁ ଛାଡ଼ିବେନି କି ଖାଦ୍ୟ ନେବେନି ଗ୍ରାମବାସୀ

ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ଅଙ୍ଗନବାଡି କର୍ମୀ ନବଦଳିବା ଯାଏଁ ପିଲାଙ୍କୁ ଛାଡ଼ିବେନି କି ଖାଦ୍ୟ ନେବେନି ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା(ପ୍ରମୋଦ ଦଣ୍ଡସେନା): କନ୍ଧମାଳ ଜ଼ିଲ୍ଲା କନୂଆଗାଁ ବ୍ଲକ ଶୀର୍ତ୍ତିଗୁଡା ପଞ୍ଚାୟତର ଶୀର୍ତ୍ତିଗୁଡା ଅଙ୍ଗନବାଡି କେନ୍ଦ୍ର ସି ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରିଛନ୍ତି ଶୀର୍ତ୍ତିଗୁଡାର ମହିଳା ସଂଘଠନ l ଅଙ୍ଗନବାଡି କର୍ମୀ କାମିନୀ କହଁର ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଜାଲ ଦସ୍ତଖତକରି ହିତାଧିକାରୀଙ୍କୁ ନଦେଇ ହଡପ ଓ କିଶୋରୀ ବାଳିକାଙ୍କୁ ଔଷଧ ବଣ୍ଟନ ଗର୍ଭବତୀ ମହିଳା ଓ ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଶିଶୁ ମାନଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ନେଇ କ ନୂଆଗାଁ ବିଡିଓ ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି କିନ୍ତୁ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ l

ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ପାଇଁ ଦାବୀ କରିଛନ୍ତି ମହିଳା ସଂଘ ଲ ସରକାରୀ ସମ୍ପତ୍ତି ଲୁଟ ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ କାର୍ଯାନୁଷ୍ଠାନ ଶିଥିଳତା ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ l ଅଙ୍ଗନବାଡି କର୍ମୀ ନ ବଦଳିବା ଯାଏଁ କେନ୍ଦ୍ରକୁ ପିଲାଙ୍କୁ ଛାଡ଼ିବେନି କିମ୍ବା ମହିଳା ଓ ଶିଶୁଙ୍କ ଖାଦ୍ୟକୁ ଗ୍ରହଣ କରିବେନାହିଁ ବୋଲି i ରୋକଠୋକ ମନା କରିଛନ୍ତି ମହିଳା ସଂଘ ସମେତ ଗ୍ରାମବାସୀ ଏନେଇ ଅଙ୍ଗନବାଡି କର୍ମୀ କାମିନୀ କହଁର ପ୍ରତିକ୍ରିୟାରେ ପରିବା ଓ ଅଣ୍ଡାଦର ବଜାରରେ ମୂଲ୍ୟବୃଦ୍ଧି ହୋଇଥିବାରୁ ଖାଦ୍ୟ ତାଲିକା ଅନୁଯାୟୀ ଖାଦ୍ୟ ଦେବା ସମ୍ଭବ ହେଉନି ତେଣୁ ପରିମାଣ କମାଇଥିବା କଥାକୁ ସ୍ୱୀକାର କରିଛନ୍ତି l ଗର୍ଭବତୀ ମହିଳାକୁ ଦୁର୍ବ୍ୟବହାର ଓ ଶିଶୁଙ୍କୁ ନିର୍ଯ୍ୟାତନା ଦେବାକଥାକୁ ଖଣ୍ଡନ କରିଛନ୍ତି ମୋତେ ଅଙ୍ଗନବାଡି ଚାକିରୀରୁ ବହିଷ୍କାର କରି ଅନ୍ୟଜଣକୁ ରଖିବାକୁ କିଛି ଗୋଷ୍ଠୀ ଷଡ଼ଯନ୍ତ୍ର କରୁଛନ୍ତି l

related posts

Leave a Comment