Home Breaking News / ତାଜା ଖବର ଜଳଛାୟା କାର୍ଯ୍ୟକ୍ରମରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଓ ଅର୍ଥ ଆତ୍ମସାଥ ଅଭିଯୋଗ

ଜଳଛାୟା କାର୍ଯ୍ୟକ୍ରମରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଓ ଅର୍ଥ ଆତ୍ମସାଥ ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନାଲ ପଟ୍ଟନାୟକ): ସରକାର ଗ୍ରାମାଞ୍ଚଳର ଗରୀବ ଲୋକଙ୍କ ସମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଂ କୋଟି କୋଟି ଟଙ୍କା ଜଳଛାୟାରେ ଅର୍ଥ ଅନୁଦାନ ଦେଉଛନ୍ତି। ହେଲେ ଏ ସବୁ ଅର୍ଥ ଅନୁଦାନର ସିଂହ ଭାଗ ଅର୍ଥକୁ ବିଭାଗିୟ ଅଧିକାରୀ ଓ କର୍ମଚାରୀ ମିଳିର୍ମିଶି ଚଳୁ କରୁଥିବା ଘଟଣା ସାମନାକୁ ଆସିବାପରେ ଏବେ ଦାୟୀତ୍ଵରେ ଥିବା ଅଧିକାରୀ ହରଡ଼ଘଣାରେ ପଡିଯାଇଛନ୍ତି। ଏଭଳି ଲକ୍ଷ ଲକ୍ଷ ଟଙ୍କାର ଠକେଇ ଘଟଣା କନ୍ଧମାଳ ଜିଲାର ଖଜୁରିପଡ଼ା ବ୍ଳକର ଗେଡ୍ରିପା ଜୁ ଗ୍ରାମରୁ ଆସିଛି।

ଏହି ଗ୍ରାମର ଗରିବ ଲୋକଙ୍କ ପାଇଁ ଜଳଛାୟା ଯୋଜନାରେ ପୋଖରୀ ଖନନ, ଜମିରେ ତାର ଜାଲି ଯୋଗାଣ, ଛେଳି,ଗାଇ ଆଦି ଗୃହପାଳିତ ପଶୁ କିଣିବା ପାଇଁ ଅର୍ଥ ଆଦି ଯୋଗାଇଦେବା ଲାଗି ଅର୍ଥ ଅନୁଦାନ ଆସିଥିଲା। ଗ୍ରାମର ୧୦୬ ଜଣ ହିତାଧିକାରୀ ଙ୍କୁ ୨୫ ହଜାର ଟଙ୍କା ଲେଖାଏ ସେମାନଙ୍କ ପାସବୁକ ଏକାଉଣ୍ଟରେ ଗି, ଏଫ.ଏମ ଏସରେ ପ୍ରଦାନ କରାଯାଇଥିଲ।ହେଲେ ପରବର୍ତୀ ସମୟରେ ବିଦ୍ଭାଗର ଜଣେ ଠିକା ଅସ୍ଥାୟୀ କର୍ମଚାରୀ ଖଟୁଆ ପ୍ରତେକ ହିତାଧିକାରୀଙ୍କ ଠାରୁ ଦଶ ହଜାର ଟଙ୍କା ଲେଖା ଏ ପ୍ରାୟ ଦଶ ଲକ୍ଷ ଟଙ୍କା ବିମା କରିଦେବି କହି ଆଣି ଚଳୁ କରିଦେଇ ଚୁପ୍ ବସିଥବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିପରି ପୋଖରୀ ଖୋଳି ଥିବା ଶ୍ରମିକଙ୍କୁ ମଜୁରୀ ମିଳିନି।

ସେହିପରି ତ।ରଜାଲି କିଣିବା ନାମରେ ଜାଲିଆତି କରି ଅର୍ଥ ହେରଫେର କରିଥିବା ମଧ୍ୟ ଅର୍ଭିଯୋଗ ହୋଇଛି। ମୋଟାମୋଟି ଭାବେ ୨୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଏହି ଗୋଟିଏ ଗ୍ରାମରେ 6 ହର ଫେର ହୋଇଛି। ହେଲେ ଏତେ ଟଙ୍କା କିଭଳି ଜଣେ ଠିକା କମଚାରୀ ହଡପ କଲେ ଆଉ ଏ ସଂପର୍କରେ ଖଜୁରୀପଡ଼ା ପି.ଆଇ ଏ ଇଂକବୀର ପ୍ରସାଦ ରାଉତ ଜାଣିପାରିଲେନି ତାହା ସନ୍ଦେହ ସୃଷ୍ଟି ହୋଇଛି। ଏବେ ଠିକା କର୍ମଚାରୀ ନିକାଶ ଖଟୁଆ ଙ୍କୁ ପ୍ରକଳ୍ପ ନିର୍ଦେଶକଙ୍କ ଅଫିସ କୁ ଅଣାଯାଇ ଥଇଥାନ କରାଯାଇଛି କୂଆଡେ ଏଯାଏ କୌଣସି କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯାଇ ନି କାହିଁକି ବୋଲି ପ୍ରଶ୍ ଉଠିଛି। କିଏ ଓ କାହିଁକି ଘଣ୍ଟ ଘୋଡାଉଛି। ବିଭାଗୀୟ ପ୍ରକଳ୍ଵନିର୍ଦ୍ଦେଶକ ଏହି ଘଟଣାର ତଦନ୍ତକରୁ ଥିବାବେଳେ ପି.ଆଇ ଏ.ଇଂରାଉତ ଏନେଇ ଜାଣିନଥବା କଥା କହୁଛନ୍ତି। ସରକାରଙ୍କ ନିତି ନିୟମ ପ୍ରକାରେ ଟଙ୍କା ହିତାଧକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଗଲା। ସେମାନେ ଟଙ୍କା ଉଠାଇ କାହିଁକି ଠିକା କର୍ମଚାରୀ ଖଟୁଆକୁ ଦେଲେ ଜଣାପଡୁନାହିଁ। ସେମାନେ ନିଜେ ସବୁ କରିବା କଥା.ସମସ୍ତଙ୍କୁ ମିଟିଙ୍ଗ କରି କୁହାଯାଇଥିଲା ବୋଲି ପିଆଇଏ.କହିଛନ୍ତି।

କେବଳ ଏହି ଗୋଟିଏ ଗ୍ରାମ ନୁହେଁ ଜିଲ୍ଲାର ଅନେକ ଅଞ୍ଚଳରେ ଏହି ଭଳି ଦୁନି ତି ହୋଇଥିବା ଅଭିଯୋଗ ହେଉଛି।ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ହେଲେ ,ବିଭାଗୀୟ ଅଧକାରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଆଗକୁ ଜଣାପଡିବ।

related posts

Leave a Comment