Home Breaking News / ତାଜା ଖବର ବେଆଇନ ଗୋ ମାଂସ ଜବତ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ବେଆଇନ ଚୋରା ଗୋ ମାଂସ ବୋଝେଇ ଟାଟା ଏସି ଗାଡି ଜବତ।ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନ ନଗର ଥାନା ଅନ୍ତର୍ଗତ ଗୁହାଳି ଠାରେ।ଭୋର ସମୟରେ ଗାଡିଟି କିଶନ ନଗର ଅଂଚଳରୁ ସାଲେପୁର ଆଡ଼କୁ ଯାଉଥିବା ବେଳେ ସ୍ତାନୀୟ ଅଂଚଳର ଲୋକମାନେ ଗାଡିଟିକୁ ଅଟକାଇ ଥିଲେ। ଅଟକାଇ ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ଗୋ ମାଂସ ବୋଝେଇ ଗାଡି ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଂଚଳରେ ଅବାଧରେ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ହେଉଥିଲେ ମଧ୍ୟ ପୋଲିସ ଏଠି ପାଲଟିଛି ନିଦା ବିଷ୍ଣୁ। ତେଣୁ ଅଂଚଳରେ ଜନଅସନ୍ତୋଷ ଦିନ କୁ ଦିନ ବଢି ଚାଲିଛି। ତୁରନ୍ତ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

related posts

Leave a Comment