Home Breaking News / ତାଜା ଖବର ନିଆଁ ଲାଗି ପୋଡି ଗଲା ୪ଟି ଧାନ ଗଦା

ନିଆଁ ଲାଗି ପୋଡି ଗଲା ୪ଟି ଧାନ ଗଦା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବୋରିଗାଁ ପଞ୍ଚାୟତ ଅଧୀନ ପରିଆବେଡା ଗ୍ରାମରେ ବୁଧବାର ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି। ସୂଚନାଯୋଗ୍ୟ:- ଆଜି ସନ୍ଧ୍ୟା ୫ ଘ ସମୟରେ ପରିଆବେଡା ଗ୍ରାମର ପଦଲାମ ପରଜା, ପୁରନ ପରଜା, ଇଶ୍ଵର ପରଜା ଓ ଆଇତୁ ପରଜା ଙ୍କର ଘର ପଛେ ପଟ ଖଳାରେ ଥିବା ୪ଟି ଧାନଗଦାରେ ହଠାତ ନିଆଁ ଲାଗିଯାଇଥିଲା। ଖଳା ପଟୁ ଧୂଆଁ ବାହାରୁ ଥିବା ଦେଖି ଲୋକେ ଯାଇ ଦେଖିଥିଲେ ଯେ ଧାନ ଗଦାରେ ନିଆଁ ଲାଗିଛି।

ସଙ୍ଗେ ସଙ୍ଗେ ଗ୍ରାମବାସୀ ନିଆଁ ଲିଭାଇ ବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ଲିଭି ନଥିଲା। ଲୋକେ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ। ପରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଏଥିରେ ୪ ଜଣଙ୍କ ର ୪ ଟି ଧାନ ଗଦା ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏଥିରେ ପ୍ରାୟ ୧୦୦ କୁଇଣ୍ଟାଲ ଧାନ ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି।

related posts

Leave a Comment