Home Breaking News / ତାଜା ଖବର କାର୍ଯ୍ୟରତ ଏ.ଏନ.ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା

କାର୍ଯ୍ୟରତ ଏ.ଏନ.ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୂରଭଞ୍ଜ(ଅବିନାଶ ମହାନ୍ତି): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କୋଭିଡ଼ କେୟାର ହୋମ (ସିସିଏଚ)ରେ କାର୍ଯ୍ୟରତ ଥିବା ୪୦୧ ଜଣ ଏଏନଏମମାନେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସରକାରଙ୍କ ନିଯୁକ୍ତି ଅନୁଯାୟୀ ସେମାନଙ୍କୁ ଜିଲ୍ଲାର ଥିବା ବିଭିନ୍ନ କୋଵିଡ କେୟାର ହୋମରେ ୩ ମାସ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ସମସ୍ତ କୋଭିଡ଼ କେୟାର ହୋମ ବନ୍ଦ ନିଷ୍ପତ୍ତି ପରେ ସେମାନଙ୍କ ନିଯୁକ୍ତି ବନ୍ଦ ହୋଇଯାଇଥିଲା।

ଏହାର ପ୍ରତିବାଦକରି ପୁନଃ ନିଯୁକ୍ତି ଦାବି ଏବଂ ବକେୟା 03 ମାସର ଦରମା ତୁରନ୍ତ ପ୍ରଦାନ ଦାବିରେ ଶତାଧିକ ମହିଳା ସ୍ୱାସ୍ଥ୍ୟ କର୍ମୀ ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହା ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଖାଲି ପଡିଥିବା ଏଏନଏମ୍ ପଦବୀରେ ପୁନଃ ନିଯୁକ୍ତି ଉପରେ ଗୁରୁତ୍ୱ ସହ ବାକେୟା ଥିବା ୩ ମାସର ଦରମାକୁ ଯଥାଶୀଘ୍ର ପୈଠ କରିବା ନିଷ୍ପତି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି।

related posts

Leave a Comment