Home Breaking News / ତାଜା ଖବର ଭାରସାମ୍ୟ ହରାଇ ଓଲଟିଲା ବାଇକ୍: ଦୁର୍ଘଟଣାରେ ମା ମୃତ

ଭାରସାମ୍ୟ ହରାଇ ଓଲଟିଲା ବାଇକ୍: ଦୁର୍ଘଟଣାରେ ମା ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ସୁଗଡବାଡି ପଞ୍ଚାୟତ କଲୋନୀ ସାହି ରାସ୍ତାରେ ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଏକ ବାଇକ୍ ଦୁର୍ଘଟଣା ରେ ମାଁଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗ୍ରୀନବାଡି ଗ୍ରାମର କମଲ ଚରଣ ନାୟକଙ୍କ ସହ ମା ‘ପୁଷପନ୍ତି ଏକ ବାଇକ୍ ଯୋଗେ ଫିରିଙ୍ଗିଆ ଭଉଣୀ ଘରକୁ ଯାଇ ଫେରିବା ସମୟରେ ରାଇକିଆ ବ୍ଳକ ସୁଗଡବାଡି ପଞ୍ଚାୟତର କାଜୁରୀ ନିକଟସ୍ଥ କଲୋନୀ ସାହି ଠାରେ ଗୋଟିଏ ଛୋଟ ଝିଅ ରାସ୍ତାକୁ ଦଉଡି ଆସିବା ଫଳରେ ବାଇକ୍ ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ବାଇକ୍ ରୁ ପଡ଼ି ପୁଷପାନ୍ତି ନାୟକଙ୍କ ମୁଣ୍ଡ ପଥରରେ ବାଜି ଗୁରୁତର ହୋଇଥିଲା ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ରାଇକିଆ ମେଡି କାଲରେ ଭର୍ତ୍ତି କରାଇଥିଲା। ସେଠାରେ ପୁଷପାନ୍ତି ନାୟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଅକୁ ମଧ୍ୟ ଆଘାତ ଲାଗିଛି।

related posts

Leave a Comment