Home ଖେଳ ଅଷ୍ଟ୍ରେଲିଆକୁ ଫେରିଲାଣି ସଂକ୍ରମଣ: ଆଡିଲେଡ୍ ଟେଷ୍ଟକୁ ନେଇ ବଢୁଛି ଆଶଙ୍କା

ଅଷ୍ଟ୍ରେଲିଆକୁ ଫେରିଲାଣି ସଂକ୍ରମଣ: ଆଡିଲେଡ୍ ଟେଷ୍ଟକୁ ନେଇ ବଢୁଛି ଆଶଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: କିଛି ଦିନ ପରେ ଅଷ୍ଟ୍ରେଲିଆକୁ ପୁଣି ଫରିଛି କରୋନା ସଂକ୍ରମଣ । ଏହାକୁ ନେଇ ଚିନ୍ତାରେ କ୍ରିକେଟ୍ ଅଷ୍ଟ୍ରେଲିଆ । ଆସନ୍ତା ଡିସେମ୍ବର ୧୭ ତାରିଖରେ ଆଡିଲେଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ । ବର୍ତମାନ ଆଡିଲେଡ୍ ଅଂଚଳରେ ୨୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ଚିନ୍ତା ବଢିଯାଇଚି । ପ୍ରଥମ ଟେଷ୍ଟ ଆଗରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଟି ସୀମିତ ଓଭର ମ୍ୟାଚ୍ ଖେଳିବ । ବର୍ତମାନ୍ ଭାରତୀୟ ଦଳ ସିଡନୀରେ ପହଁଚି ସଂଗରୋଧରେ ରହିଛି ।

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଆଡିଲେଡରୁ ସିଡନୀକୁ ସ୍ଥାନାନ୍ତର କରିଦେଇଛି ବୋର୍ଡ । ବର୍ତମାନ୍ ଆଡିଲେଡର ସମସ୍ତ ସୀମାକୁ ସିଲ୍ କରିବା ସହିତ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି । ଆଡିଲେଡକୁ ଅନ୍ୟ ସ୍ଥାନର ଲୋକଙ୍କ ଆଗମନ ଉପରେ କଡା କଟକଣା ରହିଛି । ଏସବୁ ଭିତରେ ଆଗାମୀ ମାସରେ ପୂର୍ବ ନିର୍ଧାରିତ ତାରିଖ ଅନୁସାରେ ଆଡିଲେଡରେ ପ୍ରଥମ ଟେଷ୍ଟ ଖେଳାଯିବା ନେଇ ଆଶା ରଖିଛି ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ।

related posts

Leave a Comment